ଏହି ରାଶି ଉପରେ ଶନିଦେବ ଅଛନ୍ତି ଅସନ୍ତୁଷ୍ଟ, ଆପଣ ଏହା ଭିତରେ ନାହାଁନ୍ତି ତ !

ଶନିଦେବଙ୍କୁ କ୍ରୁର ଗ୍ରହ କୁହାଯାଏ । ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ମହିମା ସମ୍ପର୍କରେ ବିସ୍ତାର ଭାବେ କୁହାଯାଇଛି । ଶନି ଗ୍ରହଙ୍କୁ କେବେ ହାଲକା ଭାବେ ନେବା ଉଚିତ ନୁହେଁ । ଏହି ଗ୍ରହର ସମ୍ପର୍କ ଆମର କର୍ମ ସହ ଜଡିତ ଅଟେ । ଶନି ମକର ରାଶିର ସ୍ୱାମୀ ହୋଇଥିବା ବେଳେ ଏବେ ମକର ରାଶିରେ ଗୋଚର ଅଛନ୍ତି । ହେଲେ ଏହି ସମୟରେ ଶନି ପୀଡିତ ଅଛନ୍ତି । ଶନି ବକ୍ରୀ ଚଳନରେ ଅଛନ୍ତି । ତେଣୁ ଏହି ରାଶିଙ୍କ ଉପରେ ଶନିଙ୍କ କୋପ ଦୃଷ୍ଟି ରହିଛି । ଏହି ରାଶିର ବ୍ୟକ୍ତି ଅଧିକ ସାବଧାନ ରହିବା ଆବଶ୍ୟକ ।

ମେଷ ରାଶି :

ଏହି ସମୟରେ ଧନ ପ୍ରତି ଅଧିକ ସାବଧାନ ରୁହନ୍ତୁ । ବିବାହ ମାମଲାରେ ଦୁଶ୍ଚିନ୍ତା ଆସିପାରେ । ଶୁଭ ଫଳ ପାଇବା ପାଇଁ ଶନିବାର ଦିନ ଶନି ଚାଳିଶା ପାଠ କରନ୍ତୁ ।

ମିଥୁନ ରାଶି :

ଶନିଙ୍କ ଦେଢ଼୍ୟା ଆପଣଙ୍କ ଆଗାମୀ ସମୟ ପାଇଁ ଚ୍ୟାଲେଞ୍ଜ ପୂର୍ଣ୍ଣ ହୋଇପାରେ । ଅନୁଶାସନକୁ କଠୋର ସହ ପାଳନ କରନ୍ତୁ । ଭୁଲ କାମରୁ ଦୂରରେ ରୁହନ୍ତୁ । ଶନିବାର ଶନିଦେବଙ୍କୁ ଶୋରିଷ ତେଲ ଚଢ଼ାନ୍ତୁ ।

ସିଂହ ରାଶି :

ଶନି ଦେବଙ୍କୁ ପ୍ରଶନ୍ନ ରଖିବା ପାଇଁ ଚେଷ୍ଟା କରନ୍ତୁ । ଆପଣଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଆସିପାରେ । ପୁରୁଣା ରୋଗକୁ ଗମ୍ଭୀରତାର ସହ ନିଅନ୍ତୁ । ଶନିବାର ଶନି ମନ୍ଦିରରେ ଆଳତୀ କରନ୍ତୁ ।

କୁମ୍ଭ ରାଶି :

ଏବେ ଆପଣଙ୍କ ରାଶିରେ ଶନି ସାଢ଼େ ସାତି ଚାଲୁଛନ୍ତି । ଦାମ୍ପତ୍ୟ ଜୀବନରେ କଷ୍ଟ ଆସିପାରେ । ନିଜ ସ୍ୱଭାବ ଉପରେ ଧ୍ୟାନ ଦିଅନ୍ତୁ । ଅନ୍ୟର ନିନ୍ଦା କରନ୍ତୁ ନାହିଁ । ଧନ ସମସ୍ୟା ଆସିପାରେ । ଶନି ମନ୍ତ୍ର ଏକ ମାଳା ଜପ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.