ପୁଣି ବାଜି ମାରିଲା କିସ୍, ଓଏଏସ୍‌ ପରୀକ୍ଷାରେ କିସର ୩ ଛାତ୍ରଛାତ୍ରୀ କୃତକାର୍ଯ୍ୟ

ଭୁବନେଶ୍ବର(କେନ୍ୟୁଜ୍):ଓଏଏସ୍‌ ପରୀକ୍ଷାରେ କିସର ୩ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ଏମାନେ ହେଲେ ରାଇମାତ ଟୁଡୁ, ମଣ୍ଟୁ ଖମାରି ଓ ନୀଳମାଧମବ ପାତ୍ର । ବଲାଙ୍ଗିର ଜିଲ୍ଲାର ମଣ୍ଟୁ ଖମାରୀ ୨୭୮ ତମ ସ୍ଥାନରେ କୃତକାର୍ଯ୍ୟ ହୋଇଛନ୍ତି । ସେହିପରି ୩୧୪ତମ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଛନ୍ତି ମୟୂରଭଞ୍ଜ ଜିଲ୍ଲାର ରାଇମତ ଟୁଡୁ । ୩୪୪ ତମ ସ୍ଥାନରେ କୃତକାର୍ଯ୍ୟ ହୋଇଥିବା ନୀଳମାଧବ ପାତ୍ର କଳାହାଣ୍ଡି ଜିଲ୍ଲାରୁ ଆସି କିସ୍‌ରେ ପଢୁଥିଲେ ।

ଏମାନଙ୍କ ସଫଳତାରେ ସନ୍ତୋଷ ପ୍ରକାଶ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ । କିସ୍‌ ଛାତ୍ରଛାତ୍ରୀଙ୍କୁ ଉପଯୁକ୍ତ ଯତ୍ନ ନିଆଯାଉଥିବାରୁ ସେମାନେ ସର୍ବଦା ଶିକ୍ଷା ଓ କ୍ରୀଡ଼ାରେ ସଫଳତା ପାଇ ଆସୁଥିବା ବେଳେ ବିଭିନ୍ନ ସରକାରୀ ପଦପଦବୀରେ ଅଧିଷ୍ଠିତ ହୋଇ ପାରୁଛନ୍ତି । ୩ ଜଣଙ୍କର ସଫଳତା ପରେ କିସ୍‌ ଛାତ୍ରଛାତ୍ରୀଙ୍କ ଭିତରେ ଆନନ୍ଦର ଲହରି ଖେଳାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.