Below header

ଆଇପିଏଲ ଗ୍ରାଣ୍ଡ ଫିନାଲେ,୨ ଶକ୍ତିଶାଳୀ ଦଳ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ଚାଲିଛି କଡ଼ା ଟକ୍କର

କେନ୍ୟୁଜ୍(ବ୍ୟୁରୋ):  ବଢୁଛି ହୃଦସ୍ପନ୍ଦନ ।  ଅହମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହୋଇଛନ୍ତି ଆଇପିଏଲ ଚଳିତ ସଂସ୍କରଣର ୨ ଶକ୍ତିଶାଳୀ ଦଳ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ । ଆଇପିଏଲ୍‌ରେ ପ୍ରଥମ ପ୍ରଦାର୍ପଣ କରିଥିବା ଗୁଜରାଟ ଟାଇଟନ୍ସ ନା ରାଜସ୍ଥାନ ରୟାଲ୍ସ ମଧ୍ୟରେ ହୋଇଛି ଟକ୍କର । ଉଭୟ ଟିମ୍‌ ଲିଗ୍‌ ପର୍ଯ୍ୟାୟରେ ନିଜର ଦବ୍‌ଦବା ଦେଖାଇ ପ୍ଲେ ଅଫ୍‌କୁ କ୍ୱାଲିଫାଏ କରିଥିଲେ।

ଆଜି କିଏ ଖେଳିବ ଦମ୍‌ଦାର ଇନିଂସ, ଆଉ କିଏ ଜିତିବ ମ୍ୟାଚ୍‌? ଗୁଜରାଟ ଟାଇଟନ୍ସ ନା ପ୍ରଥମ ଆଇପିଏଲ୍‌ ବିଜେତା ରାଜସ୍ଥାନ ରୟାଲ୍ସ। ପ୍ରଥମ ଆଇପିଏଲ ବିଜେତା ରାଜସ୍ଥାନ ରୟାଲସ୍‌କୁ ଭେଟିବ ଏଥର ନୂଆ କରି ସାମିଲ ହୋଇଥିବା ଟିମ୍‌ ଗୁଜରାଟ । ତେବେ ଏଥର ଆଇପିଏଲ-୧୫ ମହାମୁକାବିଲାରେ ଇତିହାସ ସଷ୍ଟି ହେବ ନା ପୁଣି ଇତିହାସ ଦୋହରାଇବ, ତାହା ଉପରେ ନଜର ରହିଛି । ପ୍ରଥମରୁ ଆଟାକିଂ ଥିବା ସହ ଗୁଜରାଟ ପାଖରେ ମିଡିଲ ଅର୍ଡର ବେଶ ଶକ୍ତିଶାଳୀ ରହିଛି । ସେହିପରି ରାଜସ୍ଥାନ ରୟାଲସ୍‌ର ସବୁଠୁ ସଫଳ ବ୍ୟାଟର ଜୋସ ବଟଲରଙ୍କ ଉପରେ ବିଶେଷ ନଜର ରହିବ ।

୨୦୦୮ର ସଫଳତା ଦୋହରାଇବ କି ରାଜସ୍ଥାନ? ୨୦୦୮ ପରେ ଦ୍ୱିତୀୟ ଥର ଫାଇନାଲକୁ ପ୍ରବେଶ କରିଛି ଦଳ। ୧୪ ବର୍ଷ ପରେ ପୁଣି ଥରେ ଚାମ୍ପିଅନ ହେବାର ସୁଯୋଗ। ଦଳର ଜୋସ ବଟଲର ଚଳିତ ସିଜନର ଅରେଞ୍ଜ କ୍ୟାପ୍‌ ହୋଲଡର। ତାଙ୍କୁ ଅଟକାଇବା ହେବ ବୋଲରଙ୍କ ପାଇଁ ଆହ୍ଵାନ ହେବ। ଚଳିତ ସିଜିନରେ ୪ଟି ଶତକ ଅର୍ଜନ କରିଛନ୍ତି ବଟଲର। ୧୬ ମ୍ୟାଚରୁ ୮୨୪ ରନ୍‌ ସାଉଁଟିଛନ୍ତି ଏହି ଇଂଲଣ୍ଡ ଖେଳାଳି। ସେହିପରି ଗୁଜରାଟ ବ୍ୟାଟରଙ୍କୁ ଚକ୍‌ମା ଦେଇପାରନ୍ତି ଯୁଜବେନ୍ଦ୍ର ଚହଲ। ୧୬ଟି ମ୍ୟାଚ ଖେଳି ହାତେଇଛନ୍ତି ୨୬ ଓ୍ଵିକେଟ୍‌।

ସେପଟେ ଗୁଜରାଟ ପ୍ରଥମ ଟ୍ରଫି ଆଶାରେ ପଡିଆକୁ ଓହ୍ଲାଇବ। ନୂଆ ଦଳ ଭାବେ ଚଳିତ ସଂସ୍କରଣରେ ଫାଇନାଲ୍‌ରେ ପ୍ରବେଶ କରିଛି।
ଲିଗ ଏବଂ ପ୍ରଥମ କ୍ୱାଲିଫାୟରରେ ରୟାଲ୍ସକୁ ହରାଇଛି ଦଳ। ଦଳ ପାଇଁ ଟ୍ରମ୍ପ କାର୍ଡ ହେବେ ଅଧିନୟକ ହାର୍ଦ୍ଦିକ ପାଣ୍ଡ୍ୟା। ୧୪ଟି ମ୍ୟାଚ ଖେଳି ସାଉଁଟିଛନ୍ତି ୪୫୩ ରନ୍‌। ଏଥର ପାଣ୍ଡ୍ୟାଙ୍କ ନାଁରେ ରହିଛି ୪ ଅର୍ଦ୍ଧ ଶତକ। ସେହିପରି ରଶିଦ ଖାନ, ୧୫ ମ୍ୟାଚ ଖେଳି ୧୮ ଓ୍ଵିକେଟ୍‌ ନେଇଛନ୍ତି।
ବୋଲିଂ ସହ ବ୍ୟାଟିଂରେ ବି କରୁଛନ୍ତି କମାଲ। ତେଣୁ ଗୁଜରାଟ-ରାଜସ୍ଥାନ ମଧ୍ୟ କଡା ଟକ୍କର ଦେଖିବାକୁ ମିଳିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.