ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ପାଇବାରୁ ବଞ୍ଚିତ ହୋଇଥିବା ୨୪ ଖେଳାଳିଙ୍କୁ ଟାଟା ମୋଟର୍ସ ଦେବ ଅଲଟ୍ରୋଜ କାର

ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଚ ପଦକ ପାଇବାରୁ ବଞ୍ଚିତ ହୋଇଥିବା ଭାରତୀୟ ଖେଳାଳିକୁ ସମ୍ମାନିତ କରିବ ଟାଟା ମୋଟର୍ସ। ଟାଟା ମୋଟର୍ସ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ପାଇବାରୁ ବଞ୍ଚିତ ହୋଇଥିବା ହକି, କୁସ୍ତି ଯୋଦ୍ଧା, ଗୋଲ୍ଫ, ଡିସକସ ଥ୍ରୋ ୨୪ ଖେଳାଳିଙ୍କୁ ଟାଟା ଅଲଟ୍ରୋଜ ପ୍ରଦାନ କରିବ।

କମ୍ପାନୀ କହିଛି କି, ଖେଳାଳିଙ୍କ ପ୍ରୟାସକୁ ସମ୍ମାନ ଦେବା ପାଇଁ ପ୍ରତ୍ଯେକ ଖେଳାଳିକୁ ହାଇ ଷ୍ଟ୍ରିଟ୍ ଗୋଲ୍ଡ ରଙ୍ଗର ଅଲଟ୍ରୋଜ ଦିଆଯିବ। ଟାଟା ମୋଟର୍ସର ଅଧ୍ୟକ୍ଷ ଶୈଳଶ ଚନ୍ଦ୍ରା ବୟାନରେ କହିଛନ୍ତି‘ ଟୋକିଓ ଅଲିମ୍ପିକ୍ସରେ ଖେଳାଳିଙ୍କ ଦ୍ବାରା ଦେଖାଇଥିବା ପ୍ରତିବଦ୍ଧତା ଏବଂ ଅଦ୍ଯମ ସାହସ ପାଇଁ ସମସ୍ତଙ୍କ ଉପରେ ଭାରତ ଗର୍ବିତ। ସେମାନଙ୍କ ଭାବନା ଏବଂ କଠିନ ପରିଶ୍ରମର ସମ୍ମାନ ଦେବା ପାଇଁ ସେମାନଙ୍କୁ ଉତ୍ସାହିତ କରାଯାଉଛି।

ଭାରତୀୟ ମହିଳା ହକି ଟିମର ଅଧିନାୟକ ରାନୀ ରାମପାଲ, ଗୋଲ୍ଫ ଖେଳାଳି ଅଦିତି ଅଶୋକ, ଦୀପକ ପୁନିଆ, ସତୀଶ କୁମାର ସମେତ ୨୪ ଖେଳାଳିଙ୍କୁ ସମ୍ମାନିତ କରିବ ଟାଟା ମୋର୍ଟସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.