Below header

ହକି ଷ୍ଟିକରେ ସାଗରଙ୍କୁ ନିର୍ଦ୍ଦୁମ ପିଟିଥିଲେ ସୁଶୀଲ, ଭାଇରାଲ ହେଉଛି ଲୋମ ଟାଙ୍କୁରା ଦୃଶ୍ୟ

ବହୁ ଚର୍ଚ୍ଚିତ ସାଗର ହତ୍ୟାକାଣ୍ଡର ମୁଖ୍ୟ ଆରୋପୀ ଅଲିମ୍ପିୟନ କୁସ୍ତି ଖେଳାଳି ସୁଶୀଳ କୁମାରଙ୍କ ଏକ ଫଟୋ ଖୁବ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଏକ ହକି ଷ୍ଟିକରେ ସାଗରଙ୍କୁ ନିର୍ଦ୍ଦୁମ ବାଡ଼ଉଥିବାର ନଜର ଆସୁଛନ୍ତି ସୁଶୀଲ ଓ ତାଙ୍କର କେତେ ଜଣ ସାଥି । ଏହି ଫଟୋଟିକୁ ସେହି ଭିଡିଓ କ୍ଲିପରୁ ନିଆଯାଇଛି, ଯାହାକୁ ସୁଶୀଲଙ୍କ ଜଣେ ସାଥି ଘଟଣା ସ୍ଥଳରେ ଥିବା ସମୟରେ ମୋବାଇଲରେ ରେକର୍ଡ କରିଥିଲେ । ଆଉ ଏହି ଫୁଟେଜରେ ଦେଖାଯାଉଛିକି, ନିର୍ଦ୍ଦୁମ ମାଡ଼ ଖାଇ ସାଗର ଲହୁଲୁହାଣ ହୋଇ ଭୂମିରେ ଲୋଟି ପଡିଥିବା ବେଳେ ସୁଶୀଲ ହକି ଷ୍ଟିକ ନେଇ ଛିଡା ହୋଇଛନ୍ତି । ଖାଲି ସୁଶିଲ ନୁହେଁ ତାଙ୍କର ଜଣେ ସାଥି ବି ସାଗରଙ୍କୁ ଖୁବ ପିଟୁଛନ୍ତି ।

ବର୍ତ୍ତମାନ ସୁଶୀଲ ଆଉ ତାଙ୍କର ଜଣେ ସାଥି ରିମାଣ୍ଡରେ ଥିବା ବେଳେ ଦିଲ୍ଲୀ ପୋଲିସର ଏକ ଟିମ ସେମାନଙ୍କୁ ଲଗାତାର ପଚରାଉଚୁରା ଜାରି ରଖିଛନ୍ତି । ଅନ୍ୟ ପକ୍ଷରେ ବାରମ୍ବାର ସୁଶୀଲ ନିଜ ସପକ୍ଷରେ କହିଛନ୍ତିକି, ସେ କୌଣସି ନିର୍ଦ୍ଦିଷ୍ଟ ଲକ୍ଷରେ ଏମିତି କରିନାହାନ୍ତି । ସେ କେବଳ ମାତ୍ର ତାଙ୍କ ଜୁନିୟର ସାଗର ଧାନଖଡ଼ଙ୍କୁ ଡରାଇବାକୁ ଚେଷ୍ଟା କରୁଥିଲେ ।

କିନ୍ତୁ ତଦନ୍ତ ଦାୟିତ୍ୱରେ ଥିବା ଅଧିକାରୀ ମାନେ ଯେବେ ସୁଶୀଲଙ୍କୁ ଭିଡିଓ ଟିକୁ ଦେଖାଇବା ପରେ ସୁଶୀଲ କିନ୍ତୁ ନିରବ ରହିଥିଲେ । କହିରଖିବା ଉଚିତ ହେବକି ଏହି ମାମଲାକୁ ନେଇ ପୋଲିସ ଏଯାବତ ସୁଶୀଲ ଓ ତାଙ୍କ ସାଥି ଅଜୟ ବକ୍କରୱାଲାଙ୍କ ସମେତ ୭ ଜଣଙ୍କୁ ଗିରଫ କରିଛି । ଏମାନଙ୍କ ମଧ୍ୟରୁ ଚାରି ଜଣ ପୂର୍ବରୁ ଗ୍ୟାଙ୍ଗଷ୍ଟାରଙ୍କ ପାଇଁ କାମ କରୁଥିବା ଜଣାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.