ବାତ୍ଯା ‘ୟସ’ ପରେ ପୁଣି ଫେରିଲା ଶିମିଳିପାଳର ପୂର୍ବ ସ୍ଥିତି, ସ୍ବଭାବିକ ହୋଇଛି ସମସ୍ତ ରାସ୍ତାଘାଟ

କରଞ୍ଜିଆ : ଶିମିଳିପାଳ ହେଉଛି ଏସିଆ ଦ୍ୱିତୀୟ ଜୈବ ମଣ୍ଡଳ। ୨୭୫୦ ବର୍ଗ କିଲୋମିଟର ପରିମିତ ଅଞ୍ଚଳ ହେଉଛି ଶିମିଳିପାଳ ଅଭୟାରଣ୍ୟ । ୨୨୦୦ ବର୍ଗ କି:ମି ଅଞ୍ଚଳରେ ଇକୋଟୁରିଜିମ ବ୍ୟବସ୍ଥା କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଶିମିଳିପାଳ  ଅଭୟାରଣ୍ୟ ରେ ୫୫ ପ୍ରଜାତିର ପଶୁ,୩୦୪ ପ୍ରଜାତିର ପକ୍ଷୀ,୬୨ ପ୍ରଜାତିର ସରୀସୃପ,୩୭ ପ୍ରକାର ମାଛ ଏବଂ ୧୦୭୬ପ୍ରକାରର ଗଛ ଦେଖିବାକୁ ମିଳେ । ଏଥିରେ ସହିତ ଜୋରନ୍ଦା, ବରେଇପାଣି ,ଉତ୍ସକି ପ୍ରଭୁତି ଜଳପ୍ରପାତ ପର୍ଯ୍ୟଟକ ଆକର୍ଷଣ ପାଲଟିଛି ।

ଶିମିଳିପାଳରେ ୟସକୁ ନେଇ ସମସ୍ତଙ୍କ ନଜର ଥିଲା ।  ଗତକାଲି ଶିମିଳିପାଳ ସମସ୍ତ ରାସ୍ତା ସ୍ବଭାବିକ ହୋଇଛି । ଉତ୍ତର ଶିମିଳିପାଳରେ ନିୟୋଜିତ ଥିଲେ ୧୫ ଟି ଟିମ୍ । ସେଥି ମଧ୍ୟରୁ ବଣେଇରୁ ଆସିଥିଲେ ୭ ଟିମ୍ । ଉତ୍ତର ଶିମିଳିପାଳ ରେ ୪୦ଟି ଛଟ ବଡ଼ ଗଛ ପଡିଥିଲା । ଦିନ ରାତି ଏକ କରି ସବୁ ସଫା କରିଛି ଏହି ଟିମ୍ । ଅନୁମାନ କରାଯାଉଥିଲା ବାତ୍ଯା ଅନେକ କ୍ଷୟକ୍ଷତି କରିବ କିନ୍ତୁ ବନବିଭାଗ କର୍ମଚାରୀ ପ୍ରକାଶ କରିଛନ୍ତି କି ସେଭଳି କିଛି କ୍ଷୟକ୍ଷତି ହୋଇ ନାହଁ ।  କିଛି ସ୍ଥାନରେ ରାସ୍ତା ଧୋଇ ଯାଇଥିଲା ଏବେ ରାସ୍ତା ମରାମତି ସରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.