ଅଲ୍ଟିମେଟ୍ ଖୋ ଖୋ ଚାମ୍ପିଅନ୍‌ ଓଡ଼ିଶା ଜଗରନଟ୍ସ ଦଳ ସଦସ୍ୟ କିସ୍‌ ଛାତ୍ର ଅର୍ଜୁନଙ୍କୁ ଶୁଭେଚ୍ଛା ଜଣାଇଲେ ଡ. ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ୍‌) : ଅଲ୍ଟିମେଟ୍ ଖୋ ଖୋ ପ୍ରତିଯୋଗିତାରେ ଚାମ୍ପିଅନ୍‌ ହୋଇଥିବା ଓଡ଼ିଶା ଜଗରନଟ୍ସ ଦଳକୁ ସବୁ ଜାଗାରେ ଏବେ ପ୍ରଶଂସା ମିଳୁଛି । ଏହି ପ୍ରଥମ ସିଜିନ୍‌ରେ ବିଜେତା ଦଳକୁ ୧ କୋଟି ଟଙ୍କାର ନଗଦ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ସେହି ଭାବରେ ବିଭିନ୍ନ ଖେଳାଳିଙ୍କୁ ଅର୍ଥ ପୁରସ୍କାର ପ୍ରଦାନ କରାଯାଇଛି । ଓଡିଶା ଦଳରେ ସାମିଲ ଥିବା କିସ୍ ଛାତ୍ର ଅର୍ଜୁନ ସିଂହଙ୍କୁ ମଧ୍ୟ ୭ ଲକ୍ଷ ଟଙ୍କା ମିଳିଛି । ଏହାପରେ ଖୋ ଖୋ ଖେଳାଳି ଅର୍ଜୁନକୁ ପ୍ରଶଂସାର ସୁଅ ଛୁଟିଛି । ଆଜି କିସରେ କିଟ ଓ କିସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଅର୍ଜୁନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଓଡିଶା ଖୋ ଖୋ ଆସୋସିଏସନର ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର ମଧ୍ୟ ଅର୍ଜୁନ ସିଂହଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି।
ଅନ୍ୟପଟେ ଉପବିଜେତା ଦଳକୁ ୫୦ ଲକ୍ଷ, ତୃତୀୟ ସ୍ଥାନରେ ରହିଥିବା ଦଳ ୩୦ ଲକ୍ଷ ଏବଂ ଚତୁର୍ଥ ଟିମ୍‌କୁ ୨୦ ଲକ୍ଷ ଟଙ୍କାରପୁରସ୍କାର ରାଶି ପ୍ରଦାନ କରାଯାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.