ଆଡିଲେଡ଼ ଟେଷ୍ଟ ଉପରେ କରୋନାର ପ୍ରଭାବ, ଅଷ୍ଟ୍ରେଲିଆ କ୍ୟାପଟେନ ଟିମ୍ ପେନ କ୍ବାରେଣ୍ଟାଇନରେ

ଆଡିଲେଡ଼ କରୋନାର ପ୍ରଭାବ। ଯାହା ସମସ୍ତ କ୍ରିକେଟ ପ୍ରଶଂସକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ବହୁ ପ୍ରତୀକ୍ଷିତ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ୍ ଶୃଙ୍ଖଳାକୁ ଆଉ ପାଖାପାଖି ଗୋଟିଏ ମାସ ସମୟ ରହିଛି। ଦକ୍ଷିଣ ଅଷ୍ଟ୍ରେଲିଆର ରାଜଧାନୀ ତଥା ଉପକୂଳବର୍ତ୍ତୀ ସହର ଆଡିଲେଡରେ ହଠାତ୍ କରୋନା ସଂକ୍ରମଣ ସଂଖ୍ୟା ବହୁଗୁଣ ବଢ଼ି ଯାଇଛି। ଫଳରେ ପଶ୍ଚିମ ଅଷ୍ଟ୍ରେଲିଆ, ତସ୍ମାନିୟା ଏବଂ ଦକ୍ଷିଣ ଅଷ୍ଟ୍ରେଲିଆ ସହିତ ସମସ୍ତ ସୀମାକୁ ବନ୍ଦ କରିଦିଆଯାଇଛି। ଏହାସହିତ ସୋମବାର ଦିନ ୧୨ଟା ପରରୁ ଆସୁଥିବା ସମସ୍ତଙ୍କ ଲୋକଙ୍କୁ ୧୪ ଦିନ କ୍ବାରେଣ୍ଟାଇନରେ ରହିବା ବାଧ୍ୟତା ମୂଳକ କରାଯାଇଛି।

ଏଠାରେ ଡିସେମ୍ବର ୧୭ରୁ ଆରମ୍ଭ ହେବାକୁ ଥିବା ଗୋଲାପି ବଲ୍ ଟେଷ୍ଟ୍ (ଦିବା-ରାତ୍ର ଟେଷ୍ଟ୍)କୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଦିନକୁ ଦିନ କରୋନା ପଜିଟିଭି ବଢିଚାଲିବା ପରେ ଗୋଲପି ଟେଷ୍ଟ୍ର ଆୟୋଜନ ସ୍ଥାନ ବଳଦାଇବା କିମ୍ବା ଏହାର ବିକଳ୍ପ ଖୋଜିବାକୁ କ୍ରିକେଟ୍ ଅଷ୍ଟ୍ରେଲିଆକୁ ବାଧ୍ୟ କରିଛି। ମାମଲା ଉପରେ ତୀକ୍ଷ୍ଣ ନଜର ରଖିଥିବା କ୍ରିକେଟ୍ ଅଷ୍ଟ୍ରେଲିଆର ମୁଖପାତ୍ର ସୋମବାର କହିଛନ୍ତି। ଆଡିଲେଡରେ ମ୍ୟାଚ୍ ଆୟୋଜନ ସମ୍ଭବ ନହେଲେ ଏହା ସିଡ୍ନି କ୍ରିକେଟ୍ ପଡ଼ିଆରେ ଖେଳା ଯାଇପାରେ ବୋଲି ସେ ସଙ୍କେତ ଦେଇଛନ୍ତି।

pen

ହଠାତ୍ କରୋନା ପଜିଟିଭ୍ ବଢ଼ି ଚାଲିଥିବାରୁ ଏହି ନିଷ୍ପତ୍ତିର ପୁନର୍ବିଚାର ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏହି କାରଣରୁ ଟେଷ୍ଟ୍ ଅଧିନାୟକ ଟିମ୍ ପେନଙ୍କ ସହ ଅନ୍ୟୁନ ଚାରି ଜଣ ଖେଳାଳିଙ୍କୁ ସଙ୍ଗରୋଧରେ ଯିବାକୁ ବି କ୍ରିକେଟ୍ ଅଷ୍ଟ୍ରେଲିଆ ନିର୍ଦ୍ଦେଶ ଦେଇ ସାରିଛି । ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଖେଳାଯିବାକୁ ଥିବା ଏହି ଶୃଙ୍ଖଳାରେ ଭାରତ ଓ ଅଷ୍ଟ୍ରେଲିଆ ଚାରିଟି ଟେଷ୍ଟ୍ ଖେଳିବାର ଅଛି। ଆଡିଲେଡରେ ପ୍ରଥମ ଟେଷ୍ଟ୍ ଖେଳାଯିବାର ଥିଲା ବେଳେ ଦ୍ବିତୀୟ ମେଲବର୍ନ, ତୃତୀୟ ସିଡ୍ନି ଏବଂ ଚତୁର୍ଥ ତଥା ଶେଷ ଟେଷ୍ଟ୍ ବ୍ରିସବନ ଗାବା ଷ୍ଟାଡିୟମରେ ଖେଳାଯିବାର ସୂଚୀ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.