Below header

ବିସିସିଆଇରେ ବଦଳିବ ନୀତି ନିୟମ, ବଢ଼ିବ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ

ମୁମ୍ବାଇ, ଲୋଧା କମିଟିଙ୍କ ପୂର୍ବ ନିୟମ ଅନୁସାରେ ବିସିସିଆଇର ପଦାଧିକାରୀଙ୍କର କାର୍ଯ୍ୟକାଳର ସମୟସୀମା ଧାର୍ଯ୍ୟ କରାଯାଇଛି । ଯେମିତିକି ବର୍ତ୍ତମାନ ବିସିସିଆଇର ଅଧ୍ୟକ୍ଷ ଥିବା ସୌରଭ ଗାଙ୍ଗୁଲି ପୂର୍ବରୁ ବେଙ୍ଗଲ କ୍ରିକେଟ୍‌ ବୋର୍ଡ଼ର ମୁଖ୍ୟ ଥିବାରୁ ସେଠାରେ ସେ ଯେତିକି ଦିନ ଦାୟିତ୍ୱ ସମ୍ଭାଳିଥିଲେ ବାକି ସମୟ ହିଁ ବିସିସିଆଇ ପଦରେ ରହି ପାରିବେ । ତେଣୁ ତାଙ୍କୁ କେବଳ ୯ ମାସ ପାଇଁ ସୁଯୋଗ ମିଳିଥିଲା । ତେବେ ଏହି ନିୟମରେ ପରିବର୍ତ୍ତନ ପାଇଁ ବିସିସିଆଇ ବାର୍ଷିକ ସାଧାରଣ ବୈଠକରେ ସ୍ଥିର ହୋଇଛି । ଯାହାଫଳରେ ଗାଙ୍ଗୁଲି ୯ ମାସରୁ ଅଧିକ ସମୟ ଧରି ଦାୟିତ୍ୱରେ ରହି ପାରିବେ । ତେବେ ଅନୁମୋଦନ ଲାଭ କରିଥିବା ପ୍ରସ୍ତବଟିକୁ ସୁପ୍ରିମ୍‌ କୋର୍ଟ ସବୁଜ ସଂକେତ ଦେବା ଦରକାର ।

BCCI-2

ତେଣୁ ବିସିସିଆଇ ଏଜିଏମ୍‌ରେ କରାଯାଇଥିବା ଏହି ନିୟମ ସମେତ ଅନ୍ୟ କିଛି ପ୍ରସ୍ତାବକୁ ସୁପ୍ରିମ୍‌ କୋର୍ଟଙ୍କ ଅନୁମୋଦନ ପାଇଁ ପଠାଯିବ । ଏହାପରେ ନୂତନ ନିୟମଗୁଡ଼ିକ କାର୍ଯ୍ୟକାରୀ ହେବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି । ତେବେ ଆଜିର ଏଜିଏମ୍‌ରେ ସର୍ବସମ୍ମତ ନିଷ୍ପତ୍ତି ପରେ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ବଢ଼ିବା ନେଇ ଆଉ କୌଣସି ପ୍ରତିବନ୍ଧକ ନାହିଁ ।

BCCI-3

ଗତ ଅକଟୋବର ୨୩ ତାରିଖରେ ଗାଙ୍ଗୁଲି ବିସିସିଆଇ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଆସନ୍ତା ବର୍ଷ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଥାନ୍ତା । ତେବେ ଏହି ନୂଆ ନିୟମ ଲାଗୁ ହେଲେ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ୨୦୨୪ ପର୍ଯ୍ୟନ୍ତ ତାଙ୍କ ପଦବିରେ ରହି ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.