ଯାଜପୁର: ଦୀର୍ଘ ୩୬ବର୍ଷ ପରେ ଏକାଠି ହେଲେ ପୁରାତନ ଛାତ୍ରଛାତ୍ରୀ, ଗୁରୁମାନଙ୍କୁ ଦେଲେ ସମ୍ବର୍ଦ୍ଧନା

ଯାଜପୁର (କେନ୍ୟୁଜ): ଦୀର୍ଘ ୩୬ବର୍ଷ ପରେ ଏକାଠି ହେଲେ ପୁରାତନ ଛାତ୍ରଛାତ୍ରୀ। ଅତୀତର ସ୍ମୃତିକୁ କଲେ ରୋମନ୍ଥନ। ଖାଲି ସେତିକି ନୁହେଁ ସେହି ସମୟରେ ପାଠ ପଢ଼ାଉଥିବା ସ୍କୁଲର ଶିକ୍ଷକମାନଙ୍କୁ ନିମନ୍ତ୍ରଣ କରି ପୂଜ୍ୟପୂଜାର ସମ୍ମାନକୁ ରକ୍ଷା କରିଛନ୍ତି।

ଦୀର୍ଘ ବର୍ଷ ପରେ ଗୁରୁମାନଙ୍କୁ ପାଖରେ ପାଇଁ ପୁରାତନ ଛାତ୍ରଛାତ୍ରୀମାନେ ଭାବବିହ୍ୱଳ ହେବ ସହ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ଦେଇଛନ୍ତି ସମ୍ବର୍ଦ୍ଧନା। ଯାଜପୁର ଜିଲ୍ଲା ଧର୍ମଶାଳା ବାଣୀପୀଠ ୧୯୮୩ ମସିହା ମାଟ୍ରିକ ବ୍ୟାଚ ଛାତ୍ରଛାତ୍ରୀଙ୍କ ବଂଧୁମିଳନ ଉତ୍ସବରେ ଏଭଳି କିଛି ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା।

ପୁରାତନ ଛାତ୍ର ଇଂ. କଳ୍ପତରୁ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବଂଧୁମିଳନ ଉତ୍ସବରେ ବ୍ୟାଚର ବହୁ ଛାତ୍ରଛାତ୍ରୀ ଯୋଗଦେଇ ସ୍କୁଲର ସ୍ମୃତିକୁ ମନେ ପକାଇବା ସହ ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ କରିଥିଲେ।

jajpur getଆଗାମୀ ଦିନରେ ଏହି ବ୍ୟାଚର ଛାତ୍ରଛାତ୍ରୀମାନେ ସେବାମୂଳକ କାର୍ଯ୍ୟ ହାତକୁ ନେବାକୁ ନିଷ୍ପତ୍ତି ନେଇଥିଲେ। ପୁରାତନ ଛାତ୍ର ଗୁଲାମ ଗସ, ସେକ୍ ହକିମ, କୈଳାସ ବାରିକ, ମିହିର ଖୁଣ୍ଟିଆ, ରବି ମହାନ୍ତି, ବିଜୟ ନାୟକ ପ୍ରମୁଖ ଏଥିରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.