Below header

ବାଲୁଗାଁ: ବଡକୁଳ ପାନ୍ଥନିବାସ ଠାରେ ଉଦ୍‌ଘାଟିତ ହେଲା ଦୁଇଦିନିଆ ଅନ୍ତରାଷ୍ଟ୍ରୀୟ ସାମ୍ବାଦିକ ସମ୍ମିଳନୀ

ବାଲୁଗାଁ(କେନ୍ୟୁଜ୍): ଦୁଇଦିନିଆ ଅନ୍ତରାଷ୍ଟ୍ରୀୟ ସାମ୍ବାଦିକ ସମ୍ମିଳନୀ ଉଦ୍‌ଘାଟିତ । ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଳକ୍‌ ବାଲୁଗାଁ ଓ ବଡକୁଳ ପାନ୍ଥନିବାସ ଠାରେ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଏହାକୁ ଉଦ୍‌ଘାଟନ କରିଛନ୍ତି । ଓଡ଼ିଶା ମିଡିଆ ଜର୍ଣ୍ଣାଲିଷ୍ଟସ୍‌ ଆସୋସିଏସନ ଓ ଚିଲିକା ପ୍ରେସ କ୍ଲବ ମିଳିତ ସହଯୋଗରେ ଆୟୋଜିତ ହୋଇଛି ସମ୍ମିଳନୀ । ଏଥିରେ ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଶହେରୁ ଅଧିକ ସାମ୍ବାଦିକ ଯୋଗ ଦେଇ ଭାବର ଆଦାନ ପ୍ରଦାନ କରିଥିଲେ । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦ୍ୱିତୀୟ ଦିବସରେ ସାମ୍ବାଦିକଙ୍କର ସୁରକ୍ଷା ବ୍ୟବସ୍ଥା ଓ ଆର୍ଥିକ ସ୍ଥିତି ସହ ସମାଜ ପାଇଁ ଗଣମାଧ୍ୟମ ଭୂମିକା ଉପରେ ଏକ ବିତର୍କ ବଡକୁଳ ସ୍ଥିତ ପାନ୍ଥ ନିବାସ ଠାରେ ଅନୁଷ୍ଠିତ ହେବ। ଆଗାମୀ ଦିନରେ ସାମ୍ବାଦିକଙ୍କ ସୁରକ୍ଷା ଓ ବିଭିନ୍ନ ସୁବିଧା ପାଇଁ ମଧ୍ୟ ଲକ୍ଷ୍ୟ ରଖାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.