ବଲିଉଡ୍‌ ଧୁନ୍‌ରେ ନାଚିଲେ ଆମେରିକା ମହିଳା ଟେନିସ୍‌ ଖେଳାଳି, ଭିଡିଓ ଭାଇରାଲ ପରେ ସାନିଆ ମିର୍ଜା କଲେ ଟୁଇଟ୍‌

ୱିମ୍ବଲଡନ ୨୦୧୯ର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିବା ଆମେରିକୀୟ ଟେନିସ୍ ଖେଳାଳି ଏଲିସନ୍ ରିକ୍ସେ ସ୍ବାମୀ ଷ୍ଟିଫେନ୍ ଅମୃତରାଜଙ୍କ ସହ ନିଜ ବାହାଘରରେ ନୃତ୍ୟ କରୁଥିବାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ତେବେ ସବୁଠାରୁ ଖାସ୍ କଥା ହେଉଛି, ଏହି ଭିଡିଓରେ ଉଭୟ ବଲିଉଡ ଟ୍ରାକରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି।

ଏଲିସନ ରିକ୍ସେ ନିଜ ଦୀର୍ଘ ଦିନର ସାଥୀ ଷ୍ଟିଫେନ୍ ଅମୃତରାଜଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି, ଯିଏ କି ଭାରତୀୟ ପୂର୍ବତନ ଡେଭିସ୍ କପ୍ ଖେଳାଳି ତଥା କ୍ୟାପଟେନ୍ ଆନନ୍ଦ ଅମୃତରାଜଙ୍କ ପୁଅ। ଏଲିସନ ବଲିଉଡ୍ ଫିଲ୍ମ ‘ବାର ବାର ଦେଖୋ’ ଟ୍ରାକରେ ଡ୍ୟାନ୍ସ କରି ସେହି ମୁହୂର୍ତ୍ତକୁ ସ୍ମରଣୀୟ କରି ଦେଇଛନ୍ତି। ଏହି ଡ୍ୟାନ୍ସ ଭିଡିଓକୁ ପରେ ସେ ଟୁଇଟରରେ ସେୟାର କରିଛନ୍ତି।

ଏହାସହ ପଢ଼ନ୍ତୁ: ରାଜ୍ୟଗୋଷ୍ଠୀ ଟେବଲ୍‌ ଟେନିସ୍‌ ଚାମ୍ପିୟନସିପ୍‌, ମହିଳା ଡବଲ୍‌ସରେ ସିଙ୍ଗାପୁରକୁ ୩-୦ରେ ହରାଇ ଫାଇନାଲରେ ଭାରତ

ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ଏଲିସନଙ୍କ ଏହି ଡ୍ୟାନ୍ସରେ ପ୍ରଭାବିତ ହୋଇ ଟୁଇଟରରେ ଉତ୍ତର ରଖିଛନ୍ତି। ସେ ଉଭୟଙ୍କୁ ବିବାହର ଶୁଭେଚ୍ଛା ଜଣାଇବା ସହ ନୃତ୍ୟକୁ ବେଶ୍ ପ୍ରଶଂସା କରିଛନ୍ତି। ଏଲିସନ ୱିମ୍ବଲଡନ ୨୦୧୯ରେ ଶୀର୍ଷତମ ରାଙ୍କରେ ଥିବା ଏସଲେ ବାର୍ଟିଙ୍କୁ ହରାଇ ନିଜ ପ୍ରଥମ ଗ୍ରାଣ୍ଡସ୍ଲମ କ୍ବାର୍ଟର ଫାଇନାଲରେ ପହଞ୍ଚିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.