ଫିଫା ବିଶ୍ୱକପ୍‌ ଫାଇନାଲ: ଟାଇଟଲ୍‌ ପାଇଁ ଆର୍ଜେଣ୍ଟିନା ସହ ଲଢ଼ିବ ଫ୍ରାନ୍ସ

କେନ୍ୟୁଜ୍: ଫିଫା ବିଶ୍ୱକପ୍‌ ଫାଇନାଲରେ ଡିଫେଣ୍ଡିଂ ଚାମ୍ପିଅନ୍‌ ଫ୍ରାନ୍ସ । ୧୮ ତାରିଖରେ ଆର୍ଜେଣ୍ଟିନା ସହ ଟାଇଟଲ୍‌ ପାଇଁ ଲଢ଼ିବ । ଗତକାଲି ଦ୍ୱିତୀୟ ସେମିରେ ମରକ୍କୋକୁ ୨-୦ରେ ପରାସ୍ତ କରିଥିଲା । ଚତୁର୍ଥ ଥର ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିଛି ଫ୍ରାନ୍ସ । ଲଗାତାର ଦ୍ୱିତୀୟ ଥର ଫାଇନାଲରେ ପ୍ରବେଶ କରିଛି ଫ୍ରାନ୍ସ । ଦ୍ୱିତୀୟ ସେମିରେ କଡ଼ା ପ୍ରତିନ୍ଦ୍ୱନ୍ଦିତା ଦେଖିବାକୁ ମିଳିଥିଲା ।

ମ୍ୟାଚର ପ୍ରଥମ ୫ ମିନିଟରେ ଫ୍ରାନ୍ସ ଡିଫେଣ୍ଡର ଥିଓ ହର୍ଣ୍ଣାଡେଜ୍‌ ପ୍ରଥମ ଗୋଲ୍‌ ଦେଇଥିଲେ । ଏହାପରେ ଦେଖିବାକୁ ମିଳିଥିଲା କଡ଼ା ମୁକାବିଲା । କେହି କାହାରିକୁ ଛାଡ଼ିବା ପରିସ୍ଥିତିରେ ନଥିଲେ । ପରେ ୭୯ ତମ ମିନିଟରେ ଗୋଲ୍‌ ଦେଇ ରେଣ୍ଡଲ କୋଲୋ । ପରାଜୟ ସହ ମରକ୍କୋର ଚମତ୍କାର ବିଶ୍ୱକପ୍‌ ବିଶ୍ୱକପ୍‌ ଅଭିଯାନ ଶେଷ ହୋଇଛି ।

ମରକ୍କୋ ପ୍ରଥମ ଦକ୍ଷିଣ ଆଫ୍ରିକୀୟ ଦେଶ ଭାବରେ ଫିଫା ବିଶ୍ୱକପ୍‌ ଖେଳି ଇତିହାସ ରଚିଛି । ୧୮ ତାରିଖରେ ଲଗାତାର ଦ୍ୱିତୀୟ ଥର ବିଶ୍ୱକପ୍‌ ଟ୍ରଫି ପାଇଁ ଆର୍ଜେଣ୍ଟିନା ସହ ଲଢ଼ିବ ଫ୍ରାନ୍ସ । ଶନିବାର ତୃତୀୟ ସ୍ଥାନ ପାଇଁ ଲଢ଼ିବେ କ୍ରୋଏସିଆ ଓ ମରକ୍କୋ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.