୨୭ରୁ ଏସିଆ କପ କ୍ରିକେଟ, ୨୮ରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

୨୭ରୁ ଆରମ୍ଭ େ ହବାକୁ ଯାଉଛି ଏସିଆ କପ କ୍ରିକେଟ । ୨୮ରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ଏହାପୂର୍ବରୁ ପାକିସ୍ତାନକୁ ଲାଗିଛି ବଡ଼ ଝଟକା । ଆଣ୍ଠୁରେ ଆଘାତ ପାଇଁ ଏସିଆ କପ ଖେଳିବେନି ପେସ୍ ବୋଲର ଶାହିନ ଆଫ୍ରିଦି । ସେହିଭଳି ପୂର୍ବରୁ ଆହତ ଯୋଗୁ ବାଦ ପଡ଼ିଛନ୍ତି ଭାରତୀୟ ପେସର ଯଶପ୍ରୀତ ବୁମରା ।

ଯାହାକୁ ନେଇ ସୋସିଆଲ ମିଡ଼ିଆରେ ବଡ଼ ଚର୍ଚ୍ଚା । ଏସିଆ କପକୁ ନେଇ ସୋସିଆଲ ମିଡିଆରେ ନିଜ ନିଜ ପ୍ରତିକ୍ରିୟା ରଖୁଛନ୍ତି ପୂର୍ବତନ କ୍ରିକେଟର । ପୂର୍ବତନ ପାକିସ୍ତାନ କ୍ରିକେଟର ଓ୍ଵାକର ୟୁନିସ୍ କହିଛନ୍ତି, ଭାରତୀୟ ଟପ୍ ଅର୍ଡରଙ୍କ ପାଇଁ ଏହା ବଡ଼ ଆଶ୍ୱସ୍ତି । ଏସିଆ କପ୍ର ପ୍ରମୁଖ ଦାବିଦାର ହେଉଛି ଭାରତ ।

ଭାରତ ପାକିସ୍ତାନ ମଧ୍ୟରେ କଡ଼ା ମୁକାବିଲା ହେବ ବୋଲି କୁହାଯାଉଛି । ଭାରତୀୟ ବ୍ୟାଟରଙ୍କୁ ଶାହିନ ଆଫ୍ରିଦି ଅଡୁଆରେ ପକାଇଥାନ୍ତେ । ବିଶେଷକରି ପ୍ରାରମ୍ଭିକ ବ୍ୟାଟରଙ୍କ ପାଇଁ ଶାହିନ ଆଫ୍ରିଦି ଭାରି ପଡିଥାନ୍ତେ । UAEରେ ଖେଳାଯିବ ଏସିଆ କପ । ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ଆଫଗାନିସ୍ତାନ ଓ ବାଂଲାଦେଶ ମଧ୍ୟରେ ଖେଳଯିବ ୧୩ଟି ମ୍ୟାଚ । ଭାରତୀୟ ଟିମର ନେତୃତ୍ୱ ନେଉଛନ୍ତି ରୋହିତ ଶର୍ମା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.