ସୁପର ସନ୍ ଡେରେ ବିଗ୍ ଫାଇଟ୍: ଆଜି ଏସିଆ କପର ସୁପର-୪ରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

ଆଜି ଏସିଆ କପ୍ ସୁପର ଫୋରେ ଭାରତ-ପାକିସ୍ତାନ ମହାମୁକାବିଲା । କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଅପରାହ୍ଣ ୩ଟାରେ ଏହି ମ୍ୟାଚ୍ ଖେଳାଯିବ । ଆଉ ଗୋଟିଏ ହାଇଭୋଲଟେଜ୍ ମୁକାବିଲା ପାଇଁ ଭାରତୀୟ ଫ୍ୟାନ୍ ଅପେକ୍ଷା କରିଛନ୍ତି ।

(କେନ୍ୟୁଜ): ସୁପର ସନ୍ ଡେରେ ବିଗ୍ ଫାଇଟ୍ । ଆଜି ଏସିଆ କପ୍ ସୁପର ୪ରେ ଭାରତ-ପାକିସ୍ତାନ ମହାମୁକାବିଲା । କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଅପରାହ୍ଣ ୩ଟାରେ ଏହି ମ୍ୟାଚ୍ ଖେଳାଯିବ । ଆଉ ଗୋଟିଏ ହାଇଭୋଲଟେଜ୍ ମୁକାବିଲା ପାଇଁ ଭାରତୀୟ ଫ୍ୟାନ୍ ଅପେକ୍ଷା କରିଛନ୍ତି । ଚଳିତ ଏସିଆ କପରେ ପାକିସ୍ତାନ ଜବରଦସ୍ତ ଫର୍ମରେ ଥିବାରୁ ସ୍ବତନ୍ତ୍ର ରଣନୀତି ସହ ମୈଦାନକୁ ଓହ୍ଲାଇବ ରୋହିତ ବାହିନୀ । ଆଜି ପ୍ଲେଇଂ ଇଲେଭେନରେ ପରିବର୍ତ୍ତନ କରିପାରେ ଟିମ୍ ଇଣ୍ଡିଆ । କିଏ ସାମିଲ ହେବେ, କାହାକୁ ବସିବାକୁ ପଡ଼ିବ ତାଉପରେ ନଜର ରହିଛି। ନେପାଳ ବିପକ୍ଷ ମ୍ୟାଚ୍ ଖେଳି ନଥିବା ଯଶପ୍ରୀତ ବୁମରାହ ଚୂଡ଼ାନ୍ତ ସ୍କ୍ବାଡକୁ ଫେରିବେ ।

ପ୍ରଥମ ଦୁଇଟି ମ୍ୟାଚରୁ ବାଦ ପଡ଼ିଥିବା ଲୋକେଶ ରାହୁଲ ପାକିସ୍ତାନ ବିପକ୍ଷରେ ଖେଳିବେ କି ନାହିଁ ତାଉପରେ ସମସ୍ତଙ୍କର ନଜର ରହିଛି । ସେ ଖେଳିଲେ ଶ୍ରେୟସ ଆୟାର ନା ଇଶାନ୍ କିଷାନ, କାହାକୁ ବାଦ ଦିଆଯିବ । ଚର୍ଚ୍ଚା ହେଉଛି, ପାକିସ୍ତାନ ବିପକ୍ଷରେ ଦୁଇ ଜଣ ସ୍ପେସାଲିଷ୍ଟ ସ୍ପିନରଙ୍କୁ ନେଇ ଓହ୍ଲାଇପାରେ ଟିମ୍ ଇଣ୍ଡିଆ । କୁଳଦୀପଙ୍କ ସହ ଦ୍ବିତୀୟ ସ୍ପିନର ଭାବରେ ପ୍ଲେଇଂ ଇଲେଭେନରେ ଅକ୍ଷର ପଟେଲଙ୍କୁ ସୁଯୋଗ ମିଳିପାରେ । ସେ ଖେଳିଲେ ସାର୍ଦ୍ଦୁଲ ଠାକୁର ବସିପାରନ୍ତି । ଦ୍ରୁତ ବୋଲିଂ ସମ୍ଭାଳିବେ ବୁମରାହ ଓ ମହମ୍ମଦ ସିରାଜ । ତାଙ୍କ ସହ ଫାଷ୍ଟ ବୋଲିଂରେ ସାଥ ଦେବେ ହାର୍ଦ୍ଦିକ ପାଣ୍ଡ୍ୟା । ଅ୍ୟପଟେ ଶକ୍ତିଶାଳୀ ବୋଲିଂ ପାକିସ୍ତାନର ପାୱାର । ପାକିସ୍ତାନୀ ବୋଲର ସାହିନ ଆଫ୍ରିଦି, ନସିମ୍ ଶାହ ଓ ହାରିସ୍ ରୌଫ ଭାରତ ରାସ୍ତାରେ ଘାତକ ହୋଇପାରନ୍ତି । ତେଣୁ ଆଜିର ମ୍ୟାଚରେ ଦୁଇ ଓପନର ରୋହିତ ଶର୍ମା ଓ ଶୁଭମନ୍ ଗିଲଙ୍କୁ ଆରମ୍ଭରୁ ଭଲ ଖେଳିବାକୁ ହେବ ।

ସେହିପରି ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲ ଖେଳିଳେ ଏମାନଙ୍କୁ ବଡ଼ ସ୍କୋର କରିବାକୁ ପଡ଼ିବ । ଲିଗ୍ ଷ୍ଟେଜରେ ଖେଳାଯାଇଥିବା ଭାରତ- ପାକିସ୍ତାନ ମ୍ୟାଚ ବର୍ଷା ପାଇଁ ଧୋଇ ଯାଇଥିଲା । ଉଭୟ ଦଳ ପଏଣ୍ଚ ଭାଗ କରିଥିଲେ । ସୁପର-୪ର ପ୍ରଥମ ମ୍ୟାଚରେ ବାଂଲାଦେଶକୁ ପାକିସ୍ତାନ ହରାଇଥିବାରୁ ମନୋବଳ ଦୃଢ଼ ରହିଛି । ଆଜି ବର୍ଷା ଯୋଗୁ ମ୍ୟାଚ୍ ବାଧାପ୍ରାପ୍ତ ହେଲା ଆସନ୍ତାକାଲି ରିଜର୍ଭ ଡେ ରଖାଯାଇଛି । ଅର୍ଥାତ ଆଜି ମ୍ୟାଚ୍ ନେହେଲେ କାଲି ଖେଳାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.