ଏସିଆ କପ୍ କ୍ରିକେଟ୍ : ଆଜି ଶ୍ରୀଲଙ୍କା ଭେଟିବ ଆଫଗାନିସ୍ତାନକୁ

ଦୁବାଇ : ଆଜି ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ୩ୟ ମ୍ୟାଚ୍ ଖେଳାଯିବ ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମଧ୍ୟରେ । ଶ୍ରୀଲଙ୍କା ତାର ପ୍ରଥମ କ୍ୟାଚରେ ବାଂଲାଦେଶ ଠାରୁ ୧୩୭ ରନରେ ହାରି ସାରିଛି । ତେଣୁ ତାଠାରୁ ଅପେକ୍ଷାକୃତ ଦୁର୍ବଳ ଦଳ ଆଫଗାନିସ୍ତାନ ବିପକ୍ଷରେ ଏକ ବଡ଼ ବିଜୟ ହାସଲ କରି ଟୁର୍ଣ୍ଣାମେଣ୍ଟରେ ସ୍ଥିତି ବଜାୟ ରଖିବାକୁ ଉଦ୍ୟମ କରିବ ଶ୍ରୀଲଙ୍କା ଦଳ । ତେବେ ବର୍ତ୍ତମାନ ଭଲ ଫର୍ମରେ ନାହିଁ ଦଳ । ସେପଟେ ଆଫଗାନିସ୍ତାନ ପୂରା ଜୋଶରେ ଖେଳୁଛି । ତେଣୁ ଟିକିଏ ଏପାଖ ସେପାଖ ହେଲେ ଆଫଗାନ ଦଳ ଟୁର୍ଣ୍ଣାମେଣ୍ଟରେ ବଡ଼ ବିପର୍ଯ୍ୟୟ ଘଟାଇବ । ଶ୍ରୀଲଙ୍କା  ଖେଳିଥିବା ଗତ ୧୮ଟି ମ୍ୟାଚ୍ ମଧ୍ୟରୁ ଅଧା ହାରି ସାରିଛି । ତେବେ ଲସିଥ ମାଲିଙ୍ଗା ଫର୍ମକୁ ଫେରିବା ଘଟଣା ଦଳ ପାଇଁ ଶୁଭଙ୍କର ହୋଇଛି ।

୮ ୱିକେଟରେ ଜିତିଲା ପାକିସ୍ତାନ

ଗତକାଲି ଦ୍ବିତୀୟ ମ୍ୟାଚରେ ପାକିସ୍ତାନ ଦଳ ହଂକଂକୁ ୮ ୱିକେଟରେ ପରାସ୍ତ କରିଥିଲା । ହଂକଂ ପ୍ରଥମେ ବ୍ୟାଟିଂ କରି ୧୧୬ ରନ୍ କରିବା ପରେ ପାକିସ୍ତାନ ୨ ୱିକେଟ୍ ହରାଇ ୧୨୦ ରନ୍ କରିଥିଲା । ୨୩.୪ ଓଭରରେ ଖେଳ ଶେଷ କରିଥିଲା ପାକ୍ ଦଳ । ଓପ୍ନର ଇମାମ୍ ଉଲ୍ ହକ୍ ଅପରାଜିତ ୫୦ ଏବଂ ଫକର ଜମନ ୨୪ ଓ ବାବର ଆଜମ ୩୩ ରନ୍ କରିଥିଲେ । ସୋଏବ ମଲିକ ୯ ରନରେ ଅପରାଜିତ ରହିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.