ଏସୀୟ କ୍ରୀଡ଼ା : ଭାରତକୁ ୧୦ମ ସ୍ୱର୍ଣ୍ଣ ପଦକ, ସ୍କ୍ଵାଶରେ ପାକିସ୍ତାନକୁ ୨-୧ରେ ହରାଇଲା ଭାରତ

ଏସୀୟ କ୍ରୀଡ଼ା ଭାରତର ୧୦ମ ସ୍ୱର୍ଣ୍ଣ ପଦକ । ସ୍କ୍ଵାଶ୍‌ରେ ପାକିସ୍ତାନକୁ ହରାଇ ସ୍ୱର୍ଣ୍ଣ ଜିତିଛି ଭରତ । ପୁରୁଷ ଟିମ୍‌ ଇଭେଣ୍ଟରେ ପାକିସ୍ତାନକୁ ୨-୧ରେ ହରାଇଛି ।

ଏସୀୟ କ୍ରୀଡ଼ା ସ୍କ୍ଵାଶ୍‌ରେ ପାକିସ୍ତାନକୁ ହରାଇ ଭାରତ ସ୍ୱର୍ଣ୍ଣ ଜିତିଛି । ଫାଇନାଲରେ ପାକିସ୍ତାନକୁ ମାତ୍‌ ଦେଇ ସ୍ୱର୍ଣ୍ଣ ଜିତିଛି ଭରତ । ପୁରୁଷ ଟିମ୍‌ ଇଭେଣ୍ଟରେ ପାକିସ୍ତାନକୁ ୨-୧ରେ ହରାଇଛି । ଏହା ଭାରତର ୧୦ମ ସ୍ୱର୍ଣ୍ଣ ପଦକ ।

ଟେନିସ ମିକ୍ସଡ୍ ଡବଲ୍ସରେ ଭାରତକୁ ମିଳିଥିଲା ସ୍ବର୍ଣ୍ଣ । ରୋହନ ବୋପନ୍ନା ଓ ଋତୁଜା ଭୋସଲେଙ୍କୁ ସ୍ବର୍ଣ୍ଣ ପଦକ ମିଳିଛି । ଏହାସହ ମୋଟ ପଦକ ସଂଖ୍ୟା ୩୬କୁ ବୃଦ୍ଧି ପାଇଛି । ଭାରତ ଏପର୍ଯ୍ୟନ୍ତ ୧୦ ଟି ସ୍ବର୍ଣ୍ଣ, ୧୩ ଟି ରୌପ୍ୟ ଓ ୧୩ଟି ବ୍ରୋଞ୍ଜ ଜିତିଛି। ମେଡାଲ ତାଲିକାରେ ଭାରତ ୪ ନମ୍ବର ସ୍ଥାନରେ ରହିଛି ।

ଆଜି ସୁଟିଂରେ ଭାରତକୁ ମିଳିଥିଲା ରୌପ୍ୟ । ସରବଜିତ ସିଂହ ଏବଂ ଦିବ୍ୟା ଥାଡ଼ିଗୋଲ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଇଭେଣ୍ଟରେ ଦ୍ବିତୀୟ ସ୍ଥାନ ପାଇ ପଦକ ଜିତିଛନ୍ତି । ଭାରତୀୟ ଟିମ୍ ଚୀନର ଝାଙ୍ଗ ବୋଏନ୍ ଜିଆନ୍ ରାନକ୍ସିନଙ୍କ ସହ କଡ଼ା ସଂଘର୍ଷ ପରେ ଠାରୁ ୧୪-୧୬ ପଏଣ୍ଟରେ ହାରି ଯାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.