ପଦ୍ମଶ୍ରୀ ଫେରାଇବାକୁ ପିଏମ ଆବାସକୁ ଯାଇଥିଲେ ବଜରଙ୍ଗ ପୁନିଆ, ଦେଖା ନ ମିଳିବାରୁ ଫୁଥପାଥରେ ରଖି ଆସିଲେ ମେଡାଲ

ଅଲମ୍ପିକ ପଦକ ବିଜେତା ବଜରଙ୍ଗ ପୁନିଆ ନିଜର ପଦ୍ୱଶ୍ରୀ ଫେରାଇବା ଘୋଷଣା କରି ତାଙ୍କ ପଦ୍ମଶ୍ରୀ ପୁରସ୍କାର ପ୍ରଧାନମନ୍ତ୍ରୀଙ୍କ ଆବାସ ବାହାରେ ଫୁଟପାଟରେ ଛାଡି ଆସିଛନ୍ତି । ତେବେ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଭେଟି ପାରିଲି ନାହିଁ । କାରଣ ମୁଁ ପୂର୍ବରୁ ଏନେଇ ସମୟ ମାଗି ନଥିଲି ।

କୁସ୍ତି ମହାସଂଘର ପୂର୍ବତନ ମୁଖ୍ୟ ବ୍ରିଜଭୂଷଣ ଶରଣ ସିଂହଙ୍କ ଘନିଷ୍ଠ ସହଯୋଗୀ ସଞ୍ଜୟ ସିଂହ କୁସ୍ତି ମହାସଂଘ (WFI)ର ସଭାପତି ନିର୍ବାଚିତ ହେବା ପରେ ଭାଙ୍ଗିପଡିଛନ୍ତି ଖେଳାଳି । ଏହାପରେ ମର୍ମାହତ ହୋଇ ଅଲମ୍ପିକ ପଦକ ବିଜେତା ବଜରଙ୍ଗ ପୁନିଆ ନିଜର ପଦ୍ୱଶ୍ରୀ ଫେରାଇବା ଘୋଷଣା କରି ତାଙ୍କ ପଦ୍ମଶ୍ରୀ ପୁରସ୍କାର ପ୍ରଧାନମନ୍ତ୍ରୀଙ୍କ ଆବାସ ବାହାରେ ଫୁଟପାଟରେ ଛାଡି ଆସିଛନ୍ତି । ବଜରଙ୍ଗ ପୁରସ୍କାର ଫେରାଇବା ପାଇଁ ପିଏମ୍‌ ଆବାସ ଯାଇଥିଲେ । ତାଙ୍କୁ ସେଠାରେ ଦିଲ୍ଲୀ ପୋଲିସ ରୋକିଥିଲା । ତେଣୁ ସେ ପଦ୍ମଶ୍ରୀ ପୁରସ୍କାର ଫୁଟପାଥରେ ରଖି ଚାଲିଆସିଛନ୍ତି ।

ଏହାସହିତ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲିଖିତ ଏକ ଚିଠି ସହିତ ସେ ପଦ୍ମଶ୍ରୀ ପୁରସ୍କାରକୁ ସେଠାରେ ଛାଡ଼ି ଚାଲି ଯାଇଛନ୍ତି । ଫୁଟପାଥରେ ତାଙ୍କ ପଦ୍ମଶ୍ରୀ ପୁରସ୍କାର ଛାଡ଼ି ପଳାଇ ଯିବା ପରେ ପୁନିଆ ଗଣମାଧ୍ୟମକୁ କହିଥିଲେ ଯେ, ପ୍ରଧାନମନ୍ତ୍ରୀ କାର୍ଯ୍ୟ ବ୍ୟସ୍ତ ଥିବା ଯୋଗୁ ତାଙ୍କୁ ଭେଟିବା ସମ୍ଭବ ହେଲା ନାହିଁ । ସେ ପଦ୍ମଶ୍ରୀ ପୁରସ୍କାରକୁ ଆଉ ଘରକୁ ନେଇ ଯିବେ ନାହିଁ ।

ସେ ଆହୁରି କହିଥିଲେ, ମୁଁ ପୂର୍ବରୁ ଯାହା କହିଥିଲି, ଏବେ ବି କହୁଛି । ଆମେ ଆମ ଝିଅ ଓ ଭଉଣୀଙ୍କ ପାଇଁ ଲଢ଼ୁଛୁ । ଆମେ ସେମାନଙ୍କ ଠାରୁ ନ୍ୟାୟ ପାଇଲୁ ନାହିଁ । ସେଥିପାଇଁ ମୁଁ ଭାବିଲି ଯେ ମୁଁ ଏହି ସମ୍ମାନର ଅଧିକାରୀ ନୁହେଁ । ମୁଁ ମୋ ପୁରସ୍କାର ଫେରାଇ ଦେବା ପାଇଁ ଆସିଥିଲି । ତେବେ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଭେଟି ପାରିଲି ନାହିଁ । କାରଣ ମୁଁ ପୂର୍ବରୁ ଏନେଇ ସମୟ ମାଗି ନଥିଲି । ପ୍ରଧାନମନ୍ତ୍ରୀ କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି । ତେଣୁ ମୁଁ ମୋ ପୁରସ୍କାର ଏଠାରେ ଛାଡ଼ି ଚାଲି ଯାଉଛି ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଆରମ୍ଭରୁ ଭାରତୀୟ କୁସ୍ତିଯୋଦ୍ଧା ଭାରତୀୟ ରେସଲିଂ ଫେଡେରେଶନରେ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଅଭିଯୋଗ କରିଆସୁଛନ୍ତି । ବ୍ରିଜ ଭୂଷଣ ମଧ୍ୟ ମହିଳା କୁସ୍ତି ଯୋଦ୍ଧା ମାନଙ୍କୁ ଯୌନ ଶୋଷଣ କରୁଥିବା ଅଭିଯୋଗ ହୋଇଛି । କୁସ୍ତିଯୋଦ୍ଧାମାନଙ୍କ ଦୀର୍ଘ ଦିନର ଆନ୍ଦୋଳନ ପରେ ନିକଟରେ ତାଙ୍କୁ ଅଧ୍ୟକ୍ଷ ପଦ ଛାଡିବାକୁ ପଡିଲା । ତେବେ ନୂଆ ଅଧ୍ୟକ୍ଷ ମଧ୍ୟ ତାଙ୍କ ଅନୁଗାମୀ । ଏଭଳି ପରିସ୍ଥିତିରେ ଗତ ୧୧ ମାସ ଧରି ଚାଲିଥିବା କୁସ୍ତିଯୋଦ୍ଧାମାନଙ୍କର ଆନ୍ଦୋଳନ ସମ୍ପୂର୍ଣ୍ଣ ପ୍ରଭାବହୀନ ରହିଛି । ଏହି କାରଣରୁ ବଜରଙ୍ଗ ପୁନିଆ ତାଙ୍କ ପଦକ ଫେରାଇବାକୁ ଘୋଷଣା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.