ସ୍ତ୍ରୀକୁ ମାଡ଼ ମାରୁଥିଲେ ସ୍ୱାମୀ, ବାରଣ କରିବାରୁ ପଡୋଶୀଙ୍କୁ ପିଟି ପିଟି ହତ୍ୟା

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବାଉଁଶପାଳ ନୂଆ ଶବରସାହିର ଅଘଟଣ । ଠେଙ୍ଗାରେ ପିଟିପିଟି ଯୁବକଙ୍କୁ ହତ୍ୟା ଅଭିଯୋଗ । ସ୍ତ୍ରୀଙ୍କୁ ମାଡ଼ ମାରୁଥିବା ବେଳେ ଜଣେ ଯୁବକ ବାରଣ କରିବାକୁ ତାଙ୍କୁ ପିଟିପିଟି ହତ୍ୟା କରିଛନ୍ତି ଅଭିଯୁକ୍ତ ସ୍ବାମୀ ।

କାମାକ୍ଷାନଗର (କେନ୍ୟୁଜ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବାଉଁଶପାଳ ନୂଆ ଶବରସାହିର ଅଘଟଣ । ଠେଙ୍ଗାରେ ପିଟିପିଟି ଯୁବକଙ୍କୁ ହତ୍ୟା ଅଭିଯୋଗ । ସ୍ତ୍ରୀଙ୍କୁ ମାଡ଼ ମାରୁଥିବା ବେଳେ ଜଣେ ଯୁବକ ବାରଣ କରିବାକୁ ତାଙ୍କୁ ପିଟିପିଟି ହତ୍ୟା କରିଛନ୍ତି ଅଭିଯୁକ୍ତ ସ୍ବାମୀ । ମୃତକ ହେଲେ କାମାକ୍ଷାନଗର ଥାନା ବାଉଁଶପାଳ ନୂଆ ଶବର ସାହିର ରୋହିତ ପ୍ରଧାନ । ଗାଁର ନିର ଭୂତିଆ ସ୍ତ୍ରୀଙ୍କୁ ମାଡ଼ ମାରୁଥିବା ବେଳେ ରୋହିତ ବାରଣ କରିଥିଲେ । କିନ୍ତୁ ଏଥିର ରାଗି ଯାଇ ନିର ଭୂତିଆ ପାଲଟା ରୋହିତଙ୍କୁ ମାଡ଼ ମାରିଥିଲେ। ଯେଉଁଥିରେ ରୋହିତ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ରୋହିତ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଏବେ ତାଙ୍କର ମୃତ୍ୟୁ ହୋଇଛି ।

ତେବେ ରୋହିତଙ୍କର ମୃତ୍ୟୁ ପରେ ଅଭିଯୁକ୍ତ ନିର ଭୂତିଆ ଫେରାର ଥିଲା । ଅଭିଯୁକ୍ତକୁ ଗିରଫ କରିବା ଲାଗି ପୋଲିସ ବିଭିନ୍ନ ସ୍ଥାନରେ କରିଥିଲା ଚଢାଉ । ଶେଷରେ ଅଭିଯୁକ୍ତ ନିର ଭୁତିଆକୁ ନିକଟସ୍ଥ ଜଙ୍ଗଲରୁ ଗିରଫ କରିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.