ଜମ୍ମୁ କଶ୍ମୀର ଅଖନୁରରେ ଆତଙ୍କୀ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ମୃତ ଆତଙ୍କବାଦୀ ଶବକୁ ନେଇ ଫେରାର

୪ ଜଣ ଆତଙ୍କବାଦୀ ସୀମା ପାର କରିବାକୁ ଉଦ୍ୟମ କରିବାବେଳେ ସୁରକ୍ଷା ବାହିନୀଙ୍କ ଜବାବ । ଏନକାଉଣ୍ଟରରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଛି । ଅନ୍ୟ ୩ ଆତଙ୍କବାଦୀ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି । ମୃତ ଆତଙ୍କବାଦୀର ଶବକୁ ସାଙ୍ଗରେ ନେଇ ଫେରି ଯାଇଥିବା ସୂଚନା ମିଳିଛି ।

ଜମ୍ମୁ କଶ୍ମୀର ଅଖନୁରରେ ଆତଙ୍କୀ ଅନୁପ୍ରବେଶ ଉଦ୍ୟମ ପଣ୍ଡ । ୪ ଜଣ ଆତଙ୍କବାଦୀ ସୀମା ପାର କରିବାକୁ ଉଦ୍ୟମ କରିବାବେଳେ ସୁରକ୍ଷା ବାହିନୀଙ୍କ ଜବାବ । ଏନକାଉଣ୍ଟରରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଛି । ଅନ୍ୟ ୩ ଆତଙ୍କବାଦୀ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି । ମୃତ ଆତଙ୍କବାଦୀର ଶବକୁ ସାଙ୍ଗରେ ନେଇ ଫେରି ଯାଇଥିବା ସୂଚନା ମିଳିଛି ।

ଏପଟେ କଶ୍ମୀରରେ ଆତଙ୍କୀ ହମଲା ପରେ ହାଇ ଆଲର୍ଟ । ଜମ୍ମୁ କଶ୍ମୀରର ଚାନ୍ଦିଲି ଗାଁରେ ମୋର୍ଟାର ବିସ୍ଫୋରଣରେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ବିସ୍ଫୋରଣ ଅନ୍ୟ ଜଣେ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଜମ୍ମୁ କଶ୍ମୀରର ପୁଞ୍ଚରେ ୪ ଜଣ ଯବାନ ସହିଦ ହେବା ପରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ଚାଲିଛି ସର୍ଚ୍ଚ ଅପରେସନ । ଇଣ୍ଟରନେଟ ସେବା ବନ୍ଦ ରଖାଯାଇଛି । ପୁଞ୍ଚ୍ ଓ ରଜୌରୀରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ପାଇଁ ଇଣ୍ଟରନେଟ ସେବା ବନ୍ଦ ରଖାଯାଇଛି । ଏହି ଅଞ୍ଚଳରେ ଆକାଶମାର୍ଗରୁ ତଦାରଖ କରାଯାଉଛି ।

ସୂଚନାଯୋଗ୍ୟ, ସୁରକ୍ଷା ବଳଙ୍କୁ ଜଙ୍ଗଲରେ ଆତଙ୍କବାଦୀ ଲୁଚିଥିବା ଖବର ମିଳିଥିଲା । ଗୁରୁବାର ଭିଆର ମୋଡ଼ ନିକଟରେ ପାସ କରିବା ବେଳେ ଦୁଇଟି ସେନା ଗାଡ଼ି ଉପରକୁ ଆକ୍ରମଣ କରିଥିଲେ ଆତଙ୍କବାଦୀ । ଫଳରେ ସେନା ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହି ଆକ୍ରମଣରେ ୫ ଜଣ ଯବାନ ଶହୀଦ ହେବା ସହ ୨ ଜଣ ଗୁରୁତର ଆହତ ହୋଇଥିଲେ । ପରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ଚାଲିଛି ସର୍ଚ୍ଚ ଅପରେସନ । ଇଣ୍ଟରନେଟ ସେବା ବନ୍ଦ ରଖାଯାଇଛି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.