ବିବାହର ମାତ୍ର କେଇ ଦିନ ପରେ ବଜରଙ୍ଗ ପୁନିଆ କଲେ ଅଲମ୍ପିକ ପାଇଁ ପ୍ରସ୍ତୁତି, ଆରମ୍ଭ କଲେ ‘ମିଶନ ଟୋକିଓ’

ବିବାହର ତୁରନ୍ତ ପରେ ଅଲମ୍ପିକ୍ସ ପାଇଁ ଅଭ୍ୟାସ କରିବାକୁ ଆସିଲେ ବଜରଙ୍ଗ ପୁନିଆ। ମିଶନ ଅଲମ୍ପିକ ପ୍ରକୋଷ୍ଠ ଟୋକିଓ ଅଲମ୍ପିକରେ ଭାରତର ପଦକ ହାତେଇବା ପାଇଁ ଆଶା କରାଯାଉଛି । ତେଣୁ ପ୍ରାର୍ଥି ବଜରଙ୍ଗ ପୁନିଆଙ୍କୁ ଆମେରିକାରେ ଏକ ମାସ୍ ପାଇଁ ଅଭ୍ୟାସ ଶିବିରରେ ଭାଗ ନେବାକୁ ଅନୁମତି ଦିଆଯାଇଛି । ଏକ ବିଜ୍ଞପ୍ତି ଅନୁଯାୟୀ ଗୁରୁବାର ମିଶନ ଅଲମ୍ପିକ ପ୍ରକୋଷ୍ଠ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଭାରତୀୟ ଖେଳ ପ୍ରାଧୀକରଣ ଦ୍ୱାରା ଗଠିତ ଟାରଗେଟ ଅଲମ୍ପିକ ପୋଡିୟମ ଯୋଜନା (ଟମ୍ପସ)ରେ କେବଳ ଯୋଗ୍ୟ ଖେଳାଳିଙ୍କୁ ଚୟନ କରାଯାଇଥାଏ।

ଏହି ଶିବିର ୪ ଡିସେମ୍ବର ୩ ଜାନୁଆରୀ ପର୍ଯ୍ୟନ୍ତ ମିଶିଗନରେ ଚାଲିବ । ଏଥିରେ ୧୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାଯାଇଛି । କରୋନା ମହାମାରୀ ମଧ୍ୟରେ ଅଭ୍ୟାସରେ ବ୍ୟତିକ୍ରମ ହେବା କାରଣରୁ ବଜରଙ୍ଗ ସୋନିପତର ସାଇ ସେଣ୍ଟରରେ ଅଭ୍ୟାସ କରୁଛନ୍ତି। ସେ ତାଙ୍କ କୋଚ୍ ଏମଜୋରିୟୋସ୍ ବେଣ୍ଟିନିଡିସ୍ ଏବଂ ଫିଜିଓ ଧନଞ୍ଜୟଙ୍କ ସହିତ ଆମେରିକା ଯିବେ। ସେଠାରେ ସେ ତାଙ୍କ ମୁଖ୍ୟ କୋଚଙ୍କ ମାର୍ଗଦର୍ଶନରେ ଶ୍ରେଷ୍ଠ ପହିଲମାନଙ୍କ ସହିତ ଅଭ୍ୟାସ କରିବାର ମଉକା ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.