ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ମହାନତା : କୁନି ଝିଅର ଅପରେସନ୍‌ର ସମସ୍ତ ଖର୍ଚ୍ଚ ବହନ କରି ରକ୍ଷା କଲେ ଜୀବନ

ବରଗଡ: ବିଧାୟିକାଙ୍କ ମହାନତା। ବଞ୍ଚାଇଲେ ଗୋଟେ କୁନି ଝିଅର ଜୀବନ। କୁନି ଝିଅର ଅସ୍ତ୍ରୋପଚାର କରାଇ ଜୀବନ ରକ୍ଷା କରିଛନ୍ତି ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ । ବରଗଡ ଅତାବିରା ବ୍ଲକ ପରମାନପୁର ଆନ୍ଧ୍ରପଡାର ମନ୍ଦାକିନୀ ଓ ଭରତ ଯାଦବଙ୍କ ଏକ ବର୍ଷର ଝିଅ ହେମଲତା ଆତ ମଞ୍ଜି ଗିଳି ଦେଇଥିଲା ।

ତେବେ ମଞ୍ଜିଟି ସିଧା ଯାଇ ଝିଅଟିର ଫୁସଫୁସରେ ଅଟକି ଯାଇଥିଲା । ଯାହାଫଳରେ ତାଙ୍କ ଶ୍ୱାସକ୍ରିୟାରେ ବାଧା ଉପୁଜିବାରୁ ଡାକ୍ତର ଅସ୍ତ୍ରୋପଚାର କରିବାକୁ କହିଥିଲେ । ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ସମସ୍ତ ଖର୍ଚ୍ଚ ବହନ କରି ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଇ ଜୀବନ ବଞ୍ଚାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.