‘ଆଦିପୁରୁଷ’ରେ ସୁପରଷ୍ଟାର ପ୍ରଭାସଙ୍କ ସହ ନଜର ଆସିବେ କୃତି ସାନନ୍‌, କରିବେ ସୀତାଙ୍କ ରୋଲ୍‌

ଅଭିନେତ୍ରୀ କୃତି ସାନନ୍‌ ସବୁବେଳେ ନିଜ ଫ୍ରଫେସନାଲ ଓ ପର୍ସନାଲ ଲାଇଫ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏଥରକ ମଧ୍ୟ କୃତି ନିଜ ପ୍ରଫେସନାଲ ଲାଇଫ୍‌କୁ ନେଇ ଲାଇମ୍‌ଲାଇଟ୍‌ରେ ଅଛନ୍ତି। ମିଳିଥିବା ସୂଚନା ମୁତାବକ, ଫିଲ୍ମ ‘ଆଦିପୁରୁଷ’ରେ ପ୍ରଭାସଙ୍କ ସହ ଏକ ପ୍ରମୁଖ ଭୂମିକାରେ ନଜର ଆସିବେ କୃତି। ଏହି ଫିଲ୍ମରେ କୃତି ସୀତା ଭୂମିକାରେ ଅଭିନୟ କରିବେ।

ଫିଲ୍ମରେ ପ୍ରଭାସଙ୍କ ବିପକ୍ଷରେ ନାୟିକା ହେବେ କୃତି। ଏହି ଖବର ପାଇବା ପରେ କୃତି ଖୁବ୍‌ ଖୁସି ଥିବା ଦେଖିବାକୁ ମିଳିଛି। କୃତି ନିଜ ଫଟୋ ସହ ମାତା ସୀତାଙ୍କ ଫଟୋକୁ ଯୋଡ଼ି ସୋସିଆଲ ମିଡିଆରେ ସେୟାର ମଧ୍ୟ କରିଛନ୍ତି।

kriti sanon

ଅନ୍ୟପଟେ ଆଦିପୁରୁଷ ଫିଲ୍ମରେ ପ୍ରଭାସ ରାମ ଭୂମିକାରେ ଅଭିନୟ କରିବେ। କୃତି ଓ ପ୍ରଭାସଙ୍କ ବ୍ୟତୀତ ଏହି ଫିଲ୍ମରେ ନେଗେଟିଭ୍‌ ରୋଲ୍‌ରେ ସୈଫ୍‌ ଅଲ୍ଲୀ ଖାନ୍‌ ନଜର ଆସିବେ। ସୈଫ୍‌ ରାବଣ ଭୂମିକାରେ ଅଭିନୟ କରିବେ। ପ୍ରକାଶ ଯେ, ‘ଆଦିପୁରୁଷ’ ଏକ ପୌରାଣିକ କାହାଣୀ ଉପରେ ଆଧାରିତ ଫିଲ୍ମ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.