ସାନିଆଙ୍କୁ ଏହି କ୍ରିକେଟର୍ କରିଥିଲେ ଦୁର୍ବ୍ୟବହାର : ସୋଏବ୍ ମଲିକଙ୍କ ଖୁଲାସା

ଭାରତର ଟେନିସ୍ ତାରକା ସାନିଆ ମିର୍ଜାଙ୍କୁ ଦୁର୍ବ୍ୟବହାର କରିଛନ୍ତି ବାଂଲାଦେଶୀ କ୍ରିକେଟର୍ ଶବିର ରହମାନ । ଏକଥାର ଖୁଲାସା କରିଛନ୍ତି ସାନିଆଙ୍କ ସ୍ବାମୀ ସୋଏବ୍ ମଲ୍ଲିକ୍ । ଏନେଇ ସୋଏବ୍ କ୍ରିକେଟ୍ କମେଟି ଅଫ୍ ଢାକା ମେଟ୍ରୋପୋଲିସର ଚେୟାରମ୍ୟାନଙ୍କ ନିକଟରେ ଅଭିଯୋଗ ମଧ୍ୟ କରିଥିଲେ । ତେବେ ଏହି ଘଟଣା ହେଉଛି ୪ ବର୍ଷ ପୁରୁଣା । କିନ୍ତୁ ଏବେ ପୁଣି ଥରେ ଚର୍ଚ୍ଚାରେ ଶବିର ।

ଫ୍ୟାନ୍ ମାନଙ୍କୁ ସୋସିଆଲ୍ ମିଡିଆରେ ଧମକାଇବା ଏବଂ ଅପଶବ୍ଦ ବ୍ୟବହାର କରିବା ଅଭିଯୋଗରେ ଶବିର୍ ରହମାନଙ୍କ ଉପରେ ୬ ମାସ ପାଇଁ ପ୍ରତିବନ୍ଧକ ଲଗାଇଛି ବାଂଲାଦେଶ କ୍ରିକେଟ୍ ବୋର୍ଡ । ବିସିବିର ଏହି ନିଷ୍ପତ୍ତି ପରେ ଏବେ ଶବିର ୬ ମାସ ପାଇଁ ଉଭୟ ଘରୋଇ ଏବଂ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଭାଗ ନେଇପାରିବେ ନାହିଁ ।

ତେବେ ଶବିରଙ୍କ ବିରୋଧରେ ଏହା ପ୍ରଥମ ଅଭିଯୋଗ ନୁହେଁ । ୨୦୧୭ରେ ଏକ ମ୍ୟାଚ୍ ସମୟରେ ଜଣେ ପ୍ରଶଂସକଙ୍କୁ ମାରପିଟ୍ କରିଥିଲେ ଶବିର । ତେଣୁ ଶବିରଙ୍କ ବିରୋଧରେ ବଢୁଥିବା ଅଭିଯୋଗକୁ ନେଇ ବୋର୍ଡ ତାଙ୍କୁ ଚେତାବନୀ ମଧ୍ୟ ଦେଇଥିଲା ।

Leave A Reply

Your email address will not be published.