ଅଲମ୍ପିକରେ ଭାରତୀୟ ଖେଳାଳିଙ୍କ ପାଇଁ ୧୦ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିବ ବିସିସିଆଇ

ଭାରତୀୟ କ୍ରିକେଟ ବୋର୍ଡ BCCI ପକ୍ଷରୁ ଏକ ଜରୁରୀ ସୂଚନା ଘୋଷଣା କରାଯାଇଛି । ଭାରତୀୟ ଅଲମ୍ପିକ ସଂଘ ଏବଂ କ୍ରୀଡା ମନ୍ତ୍ରାଳୟର ଅନୁରୋଧ କ୍ରମେ ଅଲମ୍ପିକ ଯିବାକୁ ଥିବା ଭାରତୀୟ ଦଳକୁ ସାହାଯ୍ୟ କରିବା ପାଇଁ ୧୦ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିବ । ବିସିସିଆଇ ପକ୍ଷରୁ ନିକଟ ଅତୀତରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ବୈଠକରେ ବୋର୍ଡ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏବଂ ସଚିବ ଜୟ ଶାହ ଉପସ୍ଥିତ ଥିଲେ । ସୂଚନା ଅନୁଯାୟୀ, ଟୋକିଓ ଅଲମ୍ପିକ କ୍ରୀଡା ଆସନ୍ତା ୨୩ ଜୁଲାଇରୁ ଆରମ୍ଭ ହେବ । ଏହି ନିଷ୍ପତ୍ତି ଅନୁଯାୟୀ ବିସିସିଆଇ ଅଲମ୍ପିକ ଯିବାକୁ ଥିବା ଭାରତୀୟ ଖେଳାଳିଙ୍କୁ ସବୁ ପ୍ରକାରେ ସାହାଯ୍ୟ କରିବେ ।

ବିସିସିଆଇର ସିନିୟର ଅଧିକାରୀ ପିଟିଆଇଙ୍କୁ କହିଥିଲେ ଯେ, ଟୋକିଓ ଅଲମ୍ପିକ କ୍ରୀଡାରେ କ୍ୱାଲିଫାଇ କରିଥିବା ସିଲେକ୍ଟ ଖେଳାଳୀଙ୍କ ପାଇଁ ଏହି ଅର୍ଥରାଶି ବ୍ୟବହାର କରାଯିବ । କିଟ ପ୍ରଯୋଜକ ରୂପେ ଲି-ନିଙ୍ଗ ହଟିବା ପରେ ବିସିସିଆଇ ଦ୍ୱାରା ପ୍ରଦାନ କରାଯାଉଥିବା ଏହି ଅର୍ଥ ରାଶି ଖେଳାଳୀଙ୍କ ଟ୍ରେନିଂରେ ମଧ୍ୟ ନିୟୋଜିତ ହେବ । ଅଲମ୍ପିକ ଖେଳର ବିକାଶ ପାଇଁ ବିସିସିଆଇ ପକ୍ଷରୁ ସର୍ବଦା ସାହାଯ୍ୟ କରାଯିବ ବୋଲି କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.