ନିଲାମ ହେବ ଅଷ୍ଟ୍ରେଲିଆର ଡୋନାଲ୍ଡ ବ୍ରାଡ୍‌ମ୍ୟାନ୍‌ଙ୍କ ଐତିହାସିକ ବ୍ୟାଟ୍‌, ୮୭ ବର୍ଷ ପୂର୍ବେ ଆଶେସ୍ ସିରିଜରେ ସୃଷ୍ଟି କରିଥିଲା ରେକର୍ଡ

ମେଲ୍‌ବର୍ଣ୍ଣ: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଡୋନାଲ୍ଡ ବ୍ରାଡ୍‌ମ୍ୟାନ୍‌ଙ୍କ ଐତିହାସିକ ବ୍ୟାଟ୍‌ ନିଲାମ ହେବା ପାଇଁ ଯାଉଛି। ୧୯୩୪ ଆଶେସ୍ ସିରିଜ୍ ସମୟରେ ବ୍ରାଡମ୍ୟାନ୍ ସମାନ ବ୍ୟାଟ୍ ସହିତ ଦୁଇଟି ଟ୍ରିପଲ୍ ଶତକ ହାସଲ କରିଥିଲେ। ଓପନର୍ ବିଲ୍ ପନ୍ସଫୋର୍ଡଙ୍କ ସହ ୪୫୧ ରନ୍ ଭାଗିଦାରୀ ସମୟରେ ବ୍ରାଡମ୍ୟାନ୍ ମଧ୍ୟ ସମାନ ବ୍ୟାଟ୍ ବ୍ୟବହାର କରିଥିଲେ ।ତେବେ ୧୯୯୯ ମସିହାରୁ ଏନ୍‌ଏସ୍‌ଡବ୍ଲୁ ସାଉଦର୍ନ ହାଇଲାଣ୍ଡ୍ସର ବୋରାଲସ୍ଥିତ ବ୍ରାଡ୍‌ମ୍ୟାନ୍‌ ସଂଗ୍ରହାଳୟରେ ପ୍ରଦର୍ଶିତ ହେଉଥିଲା।

ସୂଚନା ଯୋଗ୍ୟ ,୧୯୩୪ ରେ ଇଂଲଣ୍ଡର ସମସ୍ତ ପାଞ୍ଚଟି ଟେଷ୍ଟ ମ୍ୟାଚରେ ବ୍ରାଡମ୍ୟାନ୍ ଏହି ବ୍ୟାଟ୍ ବ୍ୟବହାର ହୋଇଥିଲା । ତେବେ ସେ ଏହି ସିରିଜରେ ୭୫୮ ରନ୍ ସ୍କୋର କରିଥିଲେ। ନିଜ କ୍ୟାରିୟରରେ ହାରାହାରି ୫୨ ଟେଷ୍ଟ୍‌ ଖେଳି ୯୯.୯୪ ହାରରେ ମୋଟ ୬୯୯୬ ରନ୍‌ କରିଥିଲେ। ବ୍ରାଡମ୍ୟାନ୍ ଏହି ବ୍ୟାଟ୍କୁ ହେଡିଙ୍ଗଲିରେ ୩୦୪ ରନ୍ ଏବଂ ଓଭାଲରେ ୨୪୪ ରନ୍ ସ୍କୋର କରିଥିଲେ । ନିଲାମ ହେବାକୁ ଥିବା ଏହି ବ୍ୟାଟ୍‌ର କୌଣସି ‌ସଂରକ୍ଷିତ ଅର୍ଥ ରଖାଯାଇନାହିଁ। ହେଲେ ୨୦୧୮ରେ ବ୍ରାଡ୍‌ମ୍ୟାନ୍‌ଙ୍କ ଆଉ ଏକ ବ୍ୟାଟ୍‌ ୧୧୦, ୦୦୦ ଡଲାର ଅଥବା ଭାରତୀୟ ମୂଦ୍ରାରେ ପ୍ରାୟ ୮୩ ଲକ୍ଷରେ ନିଲାମ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.