ଅଷ୍ଟ୍ରେଲିଆ-ଇଂଲଣ୍ଡ ଆସେସ୍‌ ଟେଷ୍ଟ: ଦ୍ୱିତୀୟ ଦିନର ଖେଳ ସରିଲା, ହେଡ୍‌ଙ୍କ ଶତକରେ ଦଳ ୧୯୬ ରନ୍‌ରେ ଆଗୁଆ

ବ୍ରିସ୍‌ବେନର ଗାବା ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଆସେସ୍‌ ଟେଷ୍ଟ ସିରିଜ୍‌ ୨୦୨୧-୨୨ର ଆଜି ଦ୍ୱିତୀୟ ଦିନ। ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୭ ଓ୍ଵିକେଟ ବିନିମୟରେ ୩୪୩ ରନ୍‌ କରିଛି। ଅଷ୍ଟ୍ରେଲିଆ ୧୯୬ ରନ୍‌ରେ ଆଗୁଆ ରହିଛି। ଇଂଲିଣ୍ଡ ଟିମ୍‌ ନିଜର ପ୍ରଥମ ଇନିଂସ୍‌ରେ ୧୪୭ ରନ୍‌ରେ ଆଉଟ୍‌ ହୋଇ ଯାଇଥିଲା। ଟ୍ରାଭିସ୍ ହେଡ୍ ଶତକ ହାସଲ କରି ଅଷ୍ଟ୍ରେଲିଆକୁ ଶୀର୍ଷକୁ ନେଇଛନ୍ତି। ହେଡ୍‌ ୧୧୨ ରନ୍‌ କରିଥିବା ବେଳେ ମିଚେଲ ଷ୍ଟାର୍କ ୧୦ ରନ୍‌ କରି ଅପରାଜିତ ରହିଛନ୍ତି। ଶେଷ ଅଧିବେଶନରେ ଅଷ୍ଟ୍ରେଲିଆ ୪ ଓ୍ଵିକେଟ୍‌ ହରାଇଥିଲା। ଡେଭିଡ୍‌ ଓ୍ଵାର୍ନର ମାତ୍ର ୬ ରନ୍‌ ଯୋଗୁ ଶତକ ପୂରଣ କରିପାରି ନ ଥିଲେ। ଯେତେବେଳେ କି, କ୍ୟାମରୁନ ଗ୍ରୀନ୍‌ ବିନା ଖାତା ଖୋଲି ହିଁ ଆଉଟ୍‌ ହୋଇ ଯାଇଥିଲେ। ଦୁଇଜଣଙ୍କର ଓ୍ଵିକେଟ୍‌ ଦ୍ରୁତ ବୋଲର ଓଲି ରବିନସନ ନେଇଥିଲେ।

ଅଷ୍ଟ୍ରେଲିଆର ମଧ୍ୟମ ଅର୍ଡର ବ୍ୟାଟ୍ସମ୍ୟାନ୍ ଟ୍ରାଭିସ୍ ହେଡ ଦ୍ୱିତୀୟ ଦିନରେ ଏକ ଶତକ ହାସଲ କରିଛନ୍ତି। ହେଡ୍ ୮୫ ବଲ୍‌ରେ ୧୩ ଚଉକା ଏବଂ ୨ ଛକା ସାହାଯ୍ୟରେ ନିଜ ଟେଷ୍ଟ କ୍ୟାରିୟରର ତୃତୀୟ ଶତକ ହାସଲ କରିଛନ୍ତି। ଟେଷ୍ଟ କ୍ରିକେଟରେ ଅଷ୍ଟ୍ରେଲିଆ ତରଫରୁ ଏହା ହେଉଛି ୯ ତମ ଦ୍ରୁତ ଶତକ। ହେଡ୍‌ଙ୍କ ବ୍ୟତୀତ ଡେଭିଡ ୱାର୍ନର ୯୪ ରନ କରିଥିବା ବେଳେ ମାର୍ନସ ଲାବୁଶେନ ୭୪ ରନ ସ୍କୋର କରିଥିଲେ। ଅଷ୍ଟ୍ରେଲିଆକୁ ୭ମ ଝଟକା ଜୋ ରୁଟ୍ ଦେଇଥିଲେ। ଇଂଲଣ୍ଡ ଅଧିନାୟକ, ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ କମିନ୍ସଙ୍କୁ ୧୨ ରନର ବ୍ୟକ୍ତିଗତ ସ୍କୋରରେ ଆଉଟ୍‌ କରିଥିଲେ।

ପ୍ଲେଇଙ୍ଗ୍‌ ଇଲେଭେନ

ଇଂଲଣ୍ଡ: ରୋରୀ ବର୍ନସ୍, ହସିବ ହାମିଦ, ଡେଭିଡ ମାଲନ, ଜୋ ରୁଟ (ସି), ବେନ ଷ୍ଟୋକ୍ସ, ଓଲି ପୋପ, ଜୋସ ବଟଲର (ଓ୍ଵିକେଟକିପର), କ୍ରିସ ଓ୍ଵକ୍ସ, ଓଲି ରବିନସନ, ମାର୍କ ଉଡ୍‌, ଜ୍ୟାକ୍ ଲିଚ୍।

ଅଷ୍ଟ୍ରେଲିଆ: ଡେଭିଡ୍‌ ଓ୍ଵାର୍ନର, ମାର୍କସ୍‌ ହ୍ୟାରିସ୍‌, ମାର୍ନସ ଲାବୁଶେନ, ଷ୍ଟିଭନ ସ୍ମିଥ୍‌, ଟ୍ରାଭିସ୍‌ ହେଡ୍‌, କ୍ୟାମରୁନ ଗ୍ରୀନ, ଏଲେକ୍ସ କ୍ୟାରୀ (ଓ୍ଵିକେଟକିପର), ପ୍ୟାଟ କମିନ୍ସ (ସି), ମିଚେଲ ଷ୍ଟାର୍କ, ନାଥନ ଲିୟୋନ, ଜୋଶ୍‌ ହେଜଲଉଡ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.