ହାଇଦ୍ରାବାଦକୁ ୧୩ ରନରେ ହରାଇଲା ଚେନ୍ନାଇ ସୁପର କିଙ୍ଗସ୍, ଅଧିନାୟକ ଦାୟିତ୍ୱ ସମ୍ଭାଳିଲେ ମହେନ୍ଦ୍ର ସିଂ ଧୋନୀ

ହାଇଦ୍ରାବାଦକୁ ୧୩ ରନରେ ହରାଇଲା ଚେନ୍ନାଇ ସୁପର କିଙ୍ଗସ । ଏହାସହ ପ୍ଲେ ଅଫ୍‌ ଆଶା ଉଜ୍ଜିବୀତ ହୋଇଛି । ଅଧିନାୟକ ଦାୟିତ୍ୱ ସମ୍ଭାଳିଲେ ମହେନ୍ଦ୍ର ସିଂ ଧୋନୀ । ଏହାସହ ନିଜର ପୂର୍ବ ଚମକକୁ ଫେରିଲା ଚେନ୍ନାଇ ସୁପର କିଙ୍ଗସ । ଦୁଇ ଓପନର ଋତୁରାଜ ଗାଏକଓ୍ଵାଡ ଓ କନେଓ୍ଵଙ୍କ ଅର୍ଦ୍ଧଶତକ ବଳରେ ଦଳ କରିଥିଲା ୨୦୨ ରନ । ମୁକେଶ ଚୌଧୁରୀ ୪ଟି ଓ୍ଵିକେଟ ନେଇଥିଲେ ।

ଫଳରେ ହାଇଦ୍ରବାଦକୁ ୧୩ ରନରେ ହରାଇଛି ଚେନ୍ନାଇ । ଚେନ୍ନାଇ ୧୦ଟି ମ୍ୟାଚରୁ ତୃତୀୟ ବିଜୟ ହୋଇଥିବା ବେଳେ ହାଇଦ୍ରାବାଦ ୯ଟି ମ୍ୟାଚରୁ ଚତୁର୍ଥ ପରାଜୟ ଭୋଗିଛି । ଋତୁରାଜ ଗାଏକଓ୍ଵାଡ ୯୯ ରନ ଓ ଡେଭେନ କନେଓ୍ଵ ଅପରାଜିତ ୮୫ ରନ କରିଥିଲେ । ଆଜି ରାଜସ୍ଥାନ ରୟାଲ୍ସ ଓ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ଖେଳାଯିବ।

Leave A Reply

Your email address will not be published.