ପାରା ବ୍ୟାଡମିଣ୍ଟନ ଇଣ୍ଟରନ୍ୟାସନାଲରେ ପ୍ରମୋଦ ଭଗତଙ୍କୁ ସ୍ୱର୍ଣ୍ଣ ପଦକ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ସେ ଆଗକୁ ଆହୁରି ଗୌରବ ଅର୍ଜନ କରି ଦେଶକୁ ଗର୍ବିତ କରାନ୍ତୁ ବୋଲି କହି ଶୁଭେଚ୍ଛା ଜଣାଇଛନ୍ତି ନବୀନ ପଟ୍ଟନାୟକ। ସାଓପାଲୋରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟର ଡବଲସ୍‌ରେ ସୁକାନ୍ତ କଦମ ସହ ମିଶି ପ୍ରମୋଦ ଭଗତ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

କେନ୍ୟୁଜ୍(ବ୍ୟୁରୋ): ପାରା ଅଲିମ୍ପିଆନ୍‌ ତଥା ବିଶ୍ୱ ଚାମ୍ପିଅନ ପ୍ରମୋଦ ଭଗତଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବ୍ରାଜିଲ ପାରା ବ୍ୟାଡମିଣ୍ଟନ ଇଣ୍ଟରନ୍ୟାସନାଲ ୨୦୨୩ ଚାମ୍ପିଅନସିପର ଡବଲ୍‌ସରେ ସ୍ୱର୍ଣ୍ଣ ଓ ସିଙ୍ଗଲସରେ ରୌପ୍ୟ ପଦକ ଜିିତିଛନ୍ତି ପ୍ରମୋଦ ଭଗତ। ସେ ଆଗକୁ ଆହୁରି ଗୌରବ ଅର୍ଜନ କରି ଦେଶକୁ ଗର୍ବିତ କରାନ୍ତୁ ବୋଲି କହି ଶୁଭେଚ୍ଛା ଜଣାଇଛନ୍ତି ନବୀନ ପଟ୍ଟନାୟକ। ସାଓପାଲୋରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟର ଡବଲସ୍‌ରେ ସୁକାନ୍ତ କଦମ ସହ ମିଶି ପ୍ରମୋଦ ଭଗତ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସିଙ୍ଗଲସରେ ପ୍ରମୋଦ ଭଗତ ରୌପ୍ୟ ଜିତିଥିବା ବେଳେ ସୁକାନ୍ତ ବ୍ରୋଞ୍ଜ ପଦକ ଜିତିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.