ଏସିଆନ୍ ରଗବୀ : ହଂକଂକୁ ହରାଇ ଚୀନ୍ ଚାମ୍ପିଅନ୍, ଭାରତକୁ ଚତୁର୍ଥ ସ୍ଥାନ

ଭୁବନେଶ୍ବର (କେନ୍ୟୁଜ୍) : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏସିଆନ୍ ରଗବୀ ସେଭେନ୍ସ, ଅଣ୍ଡର ଏଇଟିନ୍ ଗାର୍ଲସ ଚାମ୍ପିଅନସିପ୍ରେ ବାଜି ମାରିଛି ଚୀନ୍ । ଫାଇନାଲରେ ହଂକଂକୁ ୨୮-୦୫ରେ ହରାଇ ଚୀନ୍ ଚାମ୍ପିଅନ୍ ହୋଇଛି ।
ସେପଟେ ଟୁର୍ଣ୍ଣାମେଣ୍ଟରେ ଚତୁର୍ଥ ସ୍ଥାନରେ ରହିଛି ଭାରତ । ତୃତୀୟ–ଚତୁର୍ଥ ସ୍ଥାନ ପାଇଁ ଚାଲିଥିବା ମ୍ୟାଚ୍ରେ ଥାଇଲାଣ୍ଡଠାରୁ ୨୫-୫ ଗୋଲରେ ପରାସ୍ତ ହୋଇଛି ଭାରତ ।
ଏଥିସହ ୩ ଦିନ ଧରି ଚାଲିଥିବା ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି । ଉଦଯାପନ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜୟୀ ଟିମକୁ ଟ୍ରଫି ପ୍ରଦାନ କରିଥିଲେ । ଟୁର୍ଣ୍ଣାମେଣ୍ଟରେ ୧୨ଟି ଦେଶ ଭାଗ ନେଇଥିଲେ ।
ପୂର୍ବରୁ ଆଜି ଖେଳା ଯାଇଥିବା ସେମିଫାଇନାଲରେ ଭାରତକୁ ହଂକଂ ୫୦-୭ରେ ହରାଇଥିଲା।