ପ୍ଲେ ବଏ ଗେଲ୍ : ବିନ୍ଦାସ ଜୀବନ, ଡେଟିଂ ଓ ଫ୍ଲର୍ଟିଂରେ ମାହିର

ପାର୍ଟି କରିବା, ସୁନ୍ଦରୀ ଝିଅଙ୍କ ସହ ଡେଟିଂ ଏବଂ ବିଳାସପୂର୍ଣ୍ଣ ଜୀବନ ବିତାଇବାରେ ମାହିର ହେଉଛନ୍ତି ୱେଷ୍ଟଇଣ୍ଡିଜ୍ର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ । ପଡ଼ିଆରେ ଯେମିତି ବିନ୍ଦାସ ଖେଳି ଚୌକା ଛକ୍କା ବର୍ଷା କରନ୍ତି କୌଣସି ପାର୍ଟିରେ ଯୋଗ ଦେଲେ ସେହିଭଳି ନାଚଗୀତର ଧୁମ୍ରେ ମଜ୍ଜି ଯାଆନ୍ତି । ଝିଅଙ୍କୁ ଫ୍ଲର୍ଟ କରିବାରେ ଧୂରନ୍ଧର । ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ଦେଖିଲେ ଯେକେହି ଜାଣିଯିବେ ସେ କିଭଳି ରଙ୍ଗିନ ମିଜାଜ୍ର । ଏଥିରେ ସେ ଆୟୋଜନ କରିଥିବା ପାର୍ଟି, ମସାଜ୍, ବ୍ୟୟବହୁଳ ଘର ଓ କାର୍ର ଫଟୋ ସବୁ ପଡ଼ିଛି । ସେ ଝିଅମାନଙ୍କୁ କାରେବୀୟ ଦ୍ୱୀପପୁଞ୍ଜରେ ବୁଲାଇବାକୁ ଭଲ ପାଆନ୍ତି । ସେଥିଲାଗି ତାଙ୍କ ବନ୍ଧୁମାନେ ତାଙ୍କୁ ପ୍ଲେବଏ ଡାକନ୍ତି । ନିଜ ଘରକୁ ମଧ୍ୟ ବେଶ୍ ସୌଖିନରେ ସଜାଇଛନ୍ତି । ଏବେ ସେ ପ୍ରାୟ ୯୯ କୋଟି ଟଙ୍କାର ମାଲିକ । ୨୦୧୫ରେ ନିଜ ଜନ୍ମ ଦିନରେ ଗେଲ୍ ତାଙ୍କ ନିଜ ଘରେ ଏକ ଷ୍ଟ୍ରିପ୍ ପୋଲ୍ କ୍ଲବ୍ ବନାଇଥିଲେ । ତାଙ୍କର କହିବା ହେଲା, ଷ୍ଟ୍ରିପ୍ କ୍ଲବ୍ ନଥିଲେ ଆପଣ କ୍ରିକେଟ୍ ଖେଳାଳି ହୋଇ ପାରିବେନାହିଁ ।