Below header

ଗୁରୁ ପୂର୍ଣ୍ଣିମାରେ ସଚିନ୍‌ଙ୍କ ଗୁରୁ ଦକ୍ଷିଣା

ମୁମ୍ବାଇ :ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ୍‌ ସଚିନ୍‌ ତେନ୍ଦୁଲକର କ୍ରିକେଟ୍‌ରୁ ସନ୍ନ୍ୟାସ ନେଇ ସାରିଛନ୍ତି । ହେଲେ ଏତେ ସଫଳତା, ମର୍ୟ୍ୟାଦାର ଅଧିକାରୀ ହୋଇ ବି ଭୁଲି ନାହାନ୍ତି ନିଜ ଗୁରୁଙ୍କୁ । ସେ ଏବେବି ଭାବନ୍ତି ଗୁରୁଙ୍କ ବିନା ତାଙ୍କର ଗତି ନଥିଲା । ତେଣୁ ଆଜି ଗୁରୁ ପୂର୍ଣ୍ଣିମା ଅବସରରେ ସଚିନ୍‌ ତାଙ୍କର କୋଚ୍‌ ରମାକାନ୍ତ ଆଚରେକରଙ୍କ ଘରକୁ ଯାଇ ପାଦ ଛୁଇଁ ପ୍ରଣାମ କରି ଆଶୀର୍ବାଦ ନେଇଛନ୍ତି । ତାଙ୍କ ସହିତ କିଛି ସମୟ ବିତାଇଛନ୍ତି । ଏହି ସମୟରେ ସଚିନ୍‌ଙ୍କ ସହ ଥିଲେ ତାଙ୍କ ବନ୍ଧୁ ତଥା କ୍ରିକେଟ୍‌ ଖେଳାଳି ଅତୁଲ ରାଣାଡେ । ଏସବୁ କଥା ସଚିନ୍‌ ନିଜ ଟ୍ଵିଟରରେ ସେୟାର କରିଛନ୍ତି । ସେ କହିଛନ୍ତି ଆଚରେକର ସାର୍‌ଙ୍କ ପରାମର୍ଶ ବିନା ମୁଁ ଏତେ ସଫଳତା ପାଇ ପାରି ନଥାନ୍ତି । ଆଜିର ଦିନରେ ନିଶ୍ଚିତ ଭାବେ ଗୁରୁଙ୍କୁ ମନେ ପକାଇବା କଥା । ଆପଣମାନେ ମଧ୍ୟ ନିଜ ନିଜ ଗୁରୁଙ୍କୁ ସ୍ମରଣ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.