ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନିଲା ବୟସ, ୫୭ ବର୍ଷ ବୟସରେ ଚଷମା ପିନ୍ଧି ଟି-20ରେ ଡେବ୍ୟୁ କଲେ କ୍ରିକେଟର

ଇଂରାଜୀରେ ଏକ ଉକ୍ତି ଅଛି “ବୟସ ତ ଗୋଟିଏ ମାତ୍ର ସଂଖ୍ୟା” । ଇଚ୍ଛା ଶକ୍ତି ଯଦି ଥାଏ ସବୁ କିଛି ଏହା ସାମ୍ନାରେ ହାର ମାନିଥାଏ । ୫୭ ବର୍ଷୀୟ କ୍ରିସଚିୟନ ରୋକ୍କା ଯେମିତି ଏହି ଉକ୍ତିଟିକୁ ସତ ପ୍ରତିଶତ ସତ୍ୟ ସାବ୍ୟସ୍ତ କରିଛନ୍ତି । ଗୋଟେ ପଟରେ ବରିଷ୍ଠ ଖେଳାଳିମାନେ ୩୫ ରୁ ୪୦ ବର୍ଷ ହେଲେ କ୍ରିକେଟରୁ ସନ୍ୟାସ ନେଉଥିବା ବେଳେ କିନ୍ତୁ ରୋକ୍କା ଆଖିରେ ଚଷମା ପିନ୍ଧି, ପୁରା ଧଳା ଫରଫର ଦାଢ଼ି ସହିତ ଟି- 20 ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଡେବ୍ୟୁ କରିଛନ୍ତି । ଜିବ୍ରାଲେଟର ପାଇଁ ଖେଳୁଥିବା ଏହି କ୍ରିକେଟର ୫୭ ବର୍ଷ ୬୬ ଦିନ ବୟସରେ ଜୀବନର ପ୍ରଥମ ଅନ୍ତରାଷ୍ଟ୍ରୀୟ ଟି-20 ଖେଳିଛନ୍ତି । ଯେବେକି ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ପୂର୍ବରୁ ଏହି ଖେଳାଳି ଏକ ଦିବସୀୟ ମ୍ୟାଚ ଖେଳି ଆସୁଛନ୍ତି । ସେ ୧୯୮୬ ମସିହାରେ ପ୍ରଥମ ଏକଦିବସୀୟ ଖେଳିଥିଲେ । ଯେବେକି କ୍ରିକେଟ ଜଗତର ଈଶ୍ବର ଭାବେ ଜଣା ସଚିନ ତେନ୍ଦୁଲକର ୧୯୮୯ ମସିହାରେ ଇଣ୍ଟରନ୍ୟାସନାଲ କ୍ରିକେଟରେ ଡେବ୍ୟୁ କରିଥିଲେ । ଆଉ ସେ ୨୦୧୩ ରେ ଶେଷ ଟେଷ୍ଟ ମ୍ୟାଚ ଖେଳିଥିଲେ ।

ସୂଚନା ଦେବା ଉଚିତ ହେବକି ଆଇସିସିର ସହଭାଗୀ ରାଷ୍ଟ୍ର ବୁଲଗାରିୟା ଓ ଜିବ୍ରାଲେଟର ଭିତରେ ବ୍ୟାଲଟା କପ ସମୟରେ ରୋକ୍କା ଡେବ୍ୟୁ କରିଛନ୍ତି । ୨୦୨୨ ମସିହା ମେ ୧୩ ତାରିଖରେ ବୁଲଗାରିୟା ବିରୋଧରେ ଡେବ୍ୟୁ କରିଥିଲେ । ଏହା ସହ ଟି-20 ଇଣ୍ଟରନ୍ୟାସନାଲରେ ଡେବ୍ୟୁ କରିଥିବା ରୋକ୍କା ହେଉଛନ୍ତି ବିଶ୍ୱରେ ତୃତୀୟ ଖେଳାଳି । ବିଶ୍ୱ ରେକର୍ଡ ତୁର୍କୀର ଓସମାନ ଗୋକରଙ୍କ ନାଁରେ ଥିଲା । ଯେବେକି ସେଗିଞ୍ଜ ଆକ୍ୟୁଜ ଦ୍ଵିତୀୟ ସ୍ଥାନରେ ଅଛନ୍ତି । କହିରଖିବା ଉଚିତ ହେବକି ଜିବ୍ରାଲେଟରର ରିଚାର୍ଡ କନିନଂଘାମ ଏହି ଫର୍ମାଟରେ ୫୧ ବର୍ଷ ବୟସରେ ମାଲଟା ବିରୋଧରେ ୨୦୨୧ ଅଗଷ୍ଟ ୨୧ ତାରିଖରେ ଡେବ୍ୟୁ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.