Below header

ଆରମ୍ଭ ହୋଇଛି ବାରବାଟୀ କାଉଣ୍ଟଡାଉନ, ଭାରତ-ୱେଷ୍ଟଇଣ୍ଡିଜ୍‌ ବାରବାଟୀ ମ୍ୟାଚ୍‌ ପାଇଁ ଆଉ ମାତ୍ର ୩ଦିନ

ଆରମ୍ଭ ହୋଇଛି ବାରବାଟୀ କାଉଣ୍ଟଡାଉନ । ଭାରତ-ୱେଷ୍ଟଇଣ୍ଡିଜ ବାରବାଟୀ ମ୍ୟାଚ୍‌ ପାଇଁ ଆଉ ମାତ୍ର ୩ଦିନ ବାକି। ଓସିଏ ସମ୍ମିଳନୀ କକ୍ଷରେ ଅନୁବନ୍ଧିତ ସ୍କୁଲ, କଲେଜ ଓ କ୍ଲବ ଆଦି ପାଇଁ ଟିକେଟ୍‌ ବିକ୍ରି ଶେଷ ହୋଇଛି। ଆସନ୍ତାକାଲିଠାରୁ ଅଫ୍‌ଲାଇନ୍‌ରେ ଟିକେଟ ବିକ୍ରି ଆରମ୍ଭ ହେବ। ସକାଳ ୭ଟାରୁ ୫ଟା ପର୍ଯ୍ୟନ୍ତ ଟିକେଟ ବିକ୍ରି କରାଯିବ। ଏଥିପାଇଁ ୧୨ଟି କାଉଣ୍ଟର ଖୋଲାଯାଇଛି। ଜଣେ ବ୍ୟକ୍ତି ୨ଟି ଲେଖାଏଁ ଟିକେଟ ନେଇପାରିବେ। ୧୯ ଓ ୨୦ରେ କାଉଣ୍ଟରରେ ସାଧାରଣ ଦର୍ଶକଙ୍କ ପାଇଁ ଟିକଟ୍‌ ମିଳିବ । କାଉଣ୍ଟର ପାଇଁ ୧୦ ହଜାର ୫୦ଟି ଟିକେଟ୍‌ ରଖାଯାଇଛି । ଟିକଟ ପାଇଁ ବାରିକେଡ ବ୍ୟବସ୍ଥା କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.