ଜାଣନ୍ତୁ ସାଉଦି ଆରବର ଏମିତି ଏକ ସହର ଯାହା ବର୍ଷ ବର୍ଷ ଧରି ପଡିରହିଛି ଶୂନଶାନ

ଆରବ ଦେଶ ଗୁଡିକର ଅଧିକାଂଶ ସ୍ଥାନ ମରୁଭୂମି ହୋଇଥାଏ । ଏହା ସହ ଏଠାରେ ଅଧିକାଂଶ ଲୋକ ମୁସଲମାନ ବା ଇସଲାମ ସମ୍ପ୍ରଦାୟର ଲୋକେ ବସବାସ କରିଥାନ୍ତି । ହୁଏତ ଖୁବ କମ ଲୋକ ଜାଣିଥିବେ ଇସଲାମ ଧର୍ମ ପୂର୍ବରୁ ଆରବ ଦେଶରେ ଆଉ ଏକ ସମ୍ପ୍ରଦାୟର ଲୋକେ ବସବାସ କରୁଥିଲେ । ସେମଧ୍ୟରୁ ଗୋଟେ ସମ୍ପ୍ରଦାୟ ଥିଲେ ‘ନେବେତିୟନ ସମ୍ପ୍ରଦାୟ’ । ସାଉଦି ଆରବରୁ ଆରମ୍ଭ କରି ଫିଲିପାଇନ୍ସ ପର୍ଯ୍ୟନ୍ତ ଏହି ସମ୍ପ୍ରଦାୟର ଲୋକେ ହିଁ ବସବାସ କରୁଥିଲେ । ପ୍ରସିଦ୍ଧ ‘ସ୍ପାଇସ ରୁଟ’ ଉପରେ କବ୍ଜା ଥିଲା । ସେସମୟରେ ଭାରତ ତଥା ପୂର୍ବ ଏସିଆରୁ ୟୁରୋପ ମହାଦେଶକୁ ଯାଉଥିବା ମସଲା ଉପରେ ଏହି ସମ୍ପ୍ରଦାୟ କର ଆଦାୟ କରିଥାନ୍ତି । ଆରବ ଦେଶରେ ଆଜିବି ନେବେତିୟନ ସମ୍ପ୍ରଦାୟର ଅସ୍ଥିତ୍ୱ ମିଳିଥାଏ । ସେ ସମୟର ସହର, କବରସ୍ଥାନ, ବଡ ବଡ କୋଠା ଆଜି ବି ଅକ୍ଷୟ ଅବସ୍ଥାରେ ରହିଛି । ଏମଧ୍ୟରୁ ସବୁଠାରୁ ପ୍ରସିଦ୍ଧ ହେଉଛି ଜୋର୍ଡାନର ପେତ୍ରା ସହର ।

araba

ସାଉଦି ଆରବରେ ‘ମୈଦାନ ସଲାହ’ ନାମରେ ମଧ୍ୟ ଏକ ସହର ଅଛି । ଏଠାରେ ବିଶେଷ କରି ନେବେତିୟନ ସମ୍ପ୍ରଦାୟ ଲୋକେ ହିଁ ବସବାସ କରିଥାନ୍ତି | ଏମିତିକି ୟୁନେସ୍କୋ ଏହାକୁ ବିଶ୍ୱ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ସ୍ଥାନିତ କରିଛି । ଏବେ ଏହି ମରୁଭୂମିର କିଛି ଭଙ୍ଗାରୁଜା ସ୍ଥାନ ରହିଛି ଯାହାକି ମୈଦାନ ସହରର ଇତିହାସ ସମ୍ପର୍କରେ କିଛି ଆଭାସ ଦେଇଥାଏ । ସାଉଦି ଆରବର ରାଜଧାନୀ ରିୟାଦ ଠାରୁ ଏହା ପ୍ରାୟ ଏକ ହଜାର କିଲୋମିଟର ଦୂରରେ ଅବସ୍ଥିତ । ଏଠାରେ ପାଣି ସୁବିଧା ଥିବାରୁ ମରୁଭୂମିରୁ ଫେରୁଥିବା ଯାତ୍ରୀ ମାନେ ନିଜ ଶୋଷ ଏହି ଠାରେ ହିଁ ମେଣ୍ଟେଇ କି ଯାଆନ୍ତି । ଆଉ ମଧ୍ୟ ଏହି ସ୍ଥାନକୁ ଯିବା ସମୟରେ କାତାର ଠାରୁ ଆପଣଙ୍କୁ ୧୩୧ ଟି କବର ମିଳିବ । ଏଗୁଡିକ ଖୁବ ସୁନ୍ଦର ଭାବେ ସଜ୍ଜିତ କରି ରଖାଯାଇଛି । ଏଥିରେ ଲେଖାଥିବା ଲିପି ଗୁଡି଼କରି ସହରର ଇତିହାସ ସମ୍ପର୍କରେ କିଞ୍ଚିତ ବିବରଣୀ ମିଳିଥାଏ | ସେମାନେ କଣ କାମ କରୁଥିଲେ, କଣ ଖାଉଥିଲେ, କେମିତି ବେଶ ପୋଷାକ ପରିଧାନ କରୁଥିଲେ, କେଉଁ ଦେବତାଙ୍କୁ ପୂଜାର୍ଚନା କରୁଥିଲେ ଏମିତି କେତେ କଣ ।

araba

ସେମାନେ ପାହାଡ଼ ଦେବତା ଭାବେ ଜଣାଯାଉଥିବା ‘ଦୁଶରା ଦେବତା’ ଙ୍କୁ ହିଁ ପୂଜା କରିଥାନ୍ତି । ଏସମ୍ପ୍ରଦାୟ ସମ୍ପର୍କରେ ସେପରି କୌଣସି ଲିଖିତ ଇତିହାସ ମିଳିନଥିବା ବେଳେ କବର ସ୍ଥାନ, କାନ୍ଥ ଆଦିରେ ଲେଖା ଯାଇଥିବା ତଥ୍ୟ ଗୁଡ଼ିକରୁ ଏସମ୍ପ୍ରଦାୟ ବିଷୟରେ କିଛିଟା ତଥ୍ୟ ମିଳିଥାଏ । ଏମାନେ ପୂର୍ବ ଆରବ ଭାଷାକୁ ନିଜ ଭାଷା ଭାବେ ବ୍ୟବହାର କରୁଥିବାର ମଧ୍ୟ ଦେଖାଯାଏ । କିନ୍ତୁ ଏହି ମକବରା ଗୁଡିକ ଭିତରୁ ଅଲଫରୀଦଙ୍କ ମକବରା ସବୁଠୁ ପ୍ରସିଦ୍ଧ । ଏହି ସ୍ଥାନରୁ ଦୂର ଦୂରକୁ ଯଦି ଦେଖିବେ ତେବେ ଆପଣଙ୍କୁ ଖାଲି ମରୁଭୂମି ହିଁ ନଜର ଆସିବ । ସୁନେଲି ରଙ୍ଗର ଏହି ପଥର ଗୁଡିକ ବେଶ ମନ ମୋହିଥାଏ । କିନ୍ତୁ ଗୋଟେ କଥା ଆଶ୍ଚର୍ଯ୍ୟ ଲାଗେ ଯେତେବେଲେ ନିକଟସ୍ଥ ପେତ୍ରା ସହରକୁ ଦେଖିବାକୁ ଆଖପାଖରୁ ବହୁ ସଂଖ୍ୟାରେ ଲୋକ ଆସିଥାନ୍ତି ।

araba

କିନ୍ତୁ ଏ ଅଞ୍ଚଳରେ ବର୍ଷର ପ୍ରାୟ ଅଧିକାଂଶ ସମୟ ନୀରବତା ହିଁ ଛାଇ ରହିଥାଏ । କେହି ମଧ୍ୟ ଏଠାକୁ ଆସିବାକୁ ସେତେଟା ପସନ୍ଦ କରନ୍ତି ନାହିଁ । କୁହାଯାଏ କି ଇସଲାମ ନିୟମ କାନୁନ ଯୋଗୁଁ ହିଁ ଏଠାକୁ ଯାତ୍ରୀ ମାନେ ଆସି ପାରନ୍ତି ନାହିଁ । ପରେ ରୋମାନ ସାମ୍ରାଜ୍ୟ ଏହି ସମ୍ପ୍ରଦାୟ ଉପରେ ବିଜୟ ହାସଲ କରି ଏଠାରେ ନିଜ ଆଧିପତ୍ୟ ବିସ୍ତାର କରିଥିଲେ । କୁହାଯାଉଛି କି ରୋମାନ ମାନଙ୍କ କବଳକୁ ଆସିବା ପରେ ଏ ଅଞ୍ଚଳ ନିଜ ଗାରିମାକୁ ହରାଇ ବସିଛି । ଏ ସ୍ଥାନଟି ଯେମିତି ନିରବ ନିଶ୍ଚଳ ହୋଇଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.