ଫୁଟ୍‌ବଲ୍‌ ଇତିହାସରେ ପ୍ରଥମ : କ୍ରେଡିଟ୍‌ କାର୍ଡ଼ରେ ପଡ଼ିଲା ଟସ୍‌

ସବୁ ଖେଳରେ ପ୍ରଥମେ ପଡ଼େ ଟସ୍‌ । ଆଉ ଟସ୍‌ କରାଯାଏ କଏନ୍‌ ବା ମୁଦ୍ରାରେ । କଏନ୍‌କୁ ରେଫରୀ ଉପରକୁ ପକାନ୍ତି, ଉଭୟ ଦଳର କ୍ୟାପଟେନ୍‌ ହେଡ୍‌ କିମ୍ବା ଟେଲ୍‌ ଡାକନ୍ତି । ସେହି ଅନୁଯାୟୀ କ୍ରିକେଟ୍‌ରେ କିଏ ଆଗେ ବ୍ୟାଟିଂ କି ବୋଲିଂ କରିବ, ଫୁଟ୍‌ବଲ୍‌, ହକି ଆଦିରେ କିଏ ଆଗେ ଷ୍ଟାର୍ଟ କରିବ ଏଥିପାଇଁ ଟସ୍‌ ହୁଏ । ତେବେ ସିଙ୍ଗାପୁର ଖେଳା ଯାଇଥିବା ଅନ୍ତଃରାଷ୍ଟ୍ରୀୟ ଚାମ୍ପିଅନ୍ସ କପ୍‌ ଫୁଟ୍‌ବଲ୍‌ର ଏକ ମ୍ୟାଚ୍‌ରେ ଟସ୍‌ ପାଇଁ ବ୍ୟବହାର କରାଯାଇଛି କ୍ରେଡିଟ୍‌ କାର୍ଡ଼ । ମ୍ୟାଚ୍‌ଟି ନେସନାଲ ଷ୍ଟାଡିୟମ୍‌ରେ ଇଂଲଣ୍ଡର ଆର୍ସେନାଲ ଓ ଫ୍ରାନ୍ସର ପ୍ୟାରିସ୍‌ ସେଣ୍ଟ ଜର୍ମନ କ୍ଲବ୍‌ ମଧ୍ୟରେ ଖେଳା ଯାଇଥିଲା । ମ୍ୟାଚ୍‌କୁ ଆର୍ଥିକ ସହାୟତା ଦେଇଥିବା କମ୍ପାନୀର ଅନୁରୋଧରେ ଏଭଳି କରାଯାଇଥିଲା । ଏହି ମ୍ୟାଚ୍‌ରେ ଆଉ ଏକ ଭିନ୍ନ ଘଟଣା ମଧ୍ୟ ଘଟିଥିଲା । ଖେଳ ସରିବା ପରେ ଆର୍ସେନାଲର ଅଧିନାୟକ ମେସୁତ ଓଜିଲ ରେକଫରୀଙ୍କ ଅଟୋଗ୍ରାଫ୍‌ ମାଗିଥିଲେ । ରେଫରୀ ମ୍ୟାଚ୍‌ରେ ବ୍ୟବହାର ହୋଇଥିବା ୟେଲୋ କାର୍ଡ଼ରେ ତାଙ୍କୁ ଅଟୋଗ୍ରାଫ୍‌ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.