Below header

ଆଇସିସି କ୍ରିକେଟ ବିଶ୍ବ କପ୍ ୨୦୧୯ : ଆଜି ଦ୍ବିତୀୟ ଦିନରେ ମୁହାଁମୁହିଁ ହେବେ ୱେଷ୍ଟଇଣ୍ଡିଜ୍ ଏବଂ ପାକିସ୍ତାନ

କେନ୍ୟୁଜ୍: ଆଇସିସି କ୍ରିକେଟ ବିଶ୍ବ କପ୍ ୨୦୧୯ ଗତକାଲିଠାରୁ ଆରମ୍ଭ ହୋଇଯାଇଛି । ତେବେ ପ୍ରଥମ ମ୍ୟାଚ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହୋଇଥିବାବେଳେ ବାଜି ମାରିନେଇଥିଲା ଇଂଲଣ୍ଡ । ୧୦୪ ରନରେ ଦକ୍ଷିଣ ଆଫ୍ରିକାକୁ ହରାଇ ଇଂଲଣ୍ଡ ମ୍ୟାଚକୁ ଜିତିନେଇଥିଲା । ତେବେ ଆଜି ଦ୍ବିତୀୟ ଦିନରେ ମୁହାଁମୁହିଁ ହେବେ ୱେଷ୍ଟଇଣ୍ଡିଜ୍ ଏବଂ ପାକିସ୍ତାନ । ତେବେ ଏହି ମ୍ୟାଚ୍ ନଟିନଙ୍ଘମ୍ ର ଟ୍ରେଣ୍ଟ ବ୍ରିଜ୍ ଷ୍ଟାଡିୟମ ଠାରେ ଖେଳାଯିବ । ଏହି ମ୍ୟାଚ୍ ଷ୍ଟାରସ୍ ନେଟୱକ୍ ଏବଂ ଏହାର ଏଚଡି ଫରମାର୍ଟରେ ପ୍ରସାରିତ ହେବ । ଭାରତୀୟ ସମୟ ଅନୁସାରେ ଅପରାହ୍ନ ୩ଟାରେ ମ୍ଯାଚ୍ ଆରମ୍ଭ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.