ବିବାହ ବନ୍ଧନରେ ଆବଦ୍ଧ ହେଲେ ତୁଷାର ଦେଶପାଣ୍ଡେ, ପିଲାଦିନର ବନ୍ଧୁଙ୍କୁ କଲେ ଜୀବନସାଥି

ଚେନ୍ନାଇ ସୁପରକିଙ୍ଗସର ଖେଳାଳି ତୁଷାର ଦେଶପାଣ୍ଡେ ପ୍ରେମିକା ତଥା ବନ୍ଧୁ ନଭା ଗଦ୍ଦମବାରଙ୍କୁ ବିବାହ କରିଛନ୍ତି । ସୋସିଆଲ ମିଡିଆରେ ଫଟୋ ସେୟାର କରିଛନ୍ତି ।

ଚେନ୍ନାଇ ସୁପରକିଙ୍ଗସର ଖେଳାଳି ତୁଷାର ଦେଶପାଣ୍ଡେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ତୁଷାର ଦେଶପାଣ୍ଡେ ନିଜ ପ୍ରେମିକା ଏବଂ ପିଲାଦିନର ବନ୍ଧୁ ନଭା ଗଦ୍ଦମବାରଙ୍କୁ ବିବାହ କରିଛନ୍ତି ।

ତୁଷାରଙ୍କ ବିବାହର ଫଟୋ ଶିବମ ଦୁବେ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଋତୁରାଜଙ୍କ ବିବାହ ପରେ ତୁଷାର ବିବାହ କରିଛନ୍ତି ।

ପୂର୍ବରୁ ତୁଷାର ନିଜର ନିର୍ବନ୍ଧ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ । ତୁଷାର ସ୍କୁଲ କ୍ରସ ନାଭାଙ୍କୁ ବିବାହ କରିବା ପରେ ବହୁତ ଖୁସି ରହିଛନ୍ତି ତୁଷାର ।


ଆଇପିଏଲ୍‌ ସମୟରେ ତୁଷାରଙ୍କୁ ସପୋର୍ଟ କରିବା ପାଇଁ ନାଭା ଖେଳ ଦେଖିବାକୁ ଆସିଥିଲେ ।  ନାଭା ଜଣେ ଚିତ୍ରକର ଏବଂ ଗିଫ୍ଟ ଡିଜାଇନ କରନ୍ତି ।

୨୦୨୦ରେ ତୁଷାର ଆଇପିଏଲ କ୍ୟାରଅର ଆରମ୍ଭ କରିଥିଲେ । ଚଳିତବର୍ଷ ଆଇପିଏଲରେ ତୁଷାର ୧୬ ମ୍ୟାଚ ଖେଳିଥିବା ବେଳେ ୨୬.୮୬ ପ୍ରତିଶତରେ ୨୧ଟି ୱିକେଟ ନେଇଛନ୍ତି । ଚଳିତ ସିଜିନରେ ଚେନ୍ନାଇର ସବୁଠାରୁ ସଫଳ ବୋଲର ରହିଥିଲେ ତୁଷାର ।

ନିକଟରେ ଚେନ୍ନାଇ ସୁପରକିଙ୍ଗସର ଷ୍ଟାର ବ୍ୟାଟର ଋତୁରାଜ ଗାୟକୱାଡ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ମହାରାଷ୍ଟ୍ରର ମହାବଳେଶ୍ୱର ଠାରୁ ଦୁହେଁ ଶନିବାର ଦିନ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଋତୁରାଜଙ୍କ ଦେବଦତ୍ତ ପାଡିକ୍କିଲ ଏବଂ ରଜତ ପାଟିଦାର ପ୍ରମୁଖ ଶୁଭେଚ୍ଛା ଜଣାଇଥିଲେ ।

ଋତୁରାତ ଆଇପିଏଲ୍‌ ୨୦୨୩ରେ ଚେନ୍ନାଇ ସୁପରକିଙ୍ଗସ ପାଇଁ ଭଲ ପ୍ରଦର୍ଶନ କରିଥିଲେ । ସେ ୧୬ଟି ମ୍ୟାଚରେ ୫୯୦ ରନ୍‌ କରିଛନ୍ତି । ଏହି ସିଜିନରେ ଋତୁରାଜଙ୍କ ସର୍ବଶ୍ରେଷ୍ଠ ସ୍କୋର ୯୨ ରନ୍‌ ଥିଲା । ଋତୁରାଜଙ୍କୁ ଚେନ୍ନାଇ ରିଟେନ କରିଥିଲା । ତାଙ୍କୁ ୬ କୋଟିରେ କିଣିଥିଲା ସିଏସକେ । ସେ ଟିମ୍‌ ଇଣ୍ଡିଆ ପାଇଁ ୯ଟି-୨୦ ମ୍ୟାଚ ଖେଳିଛନ୍ତି ।

ଉତ୍କର୍ଷା ମହାରାଷ୍ଟ୍ରରେ ଘରୋଇ ମ୍ୟାଚ୍‌ ଖେଳନ୍ତି । ସେ ଜଣେ ଅଲରାଉଣ୍ଡର ଖେଳାଳି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.