କ୍ଷୀରରେ କରନ୍ତୁ ତ୍ୱଚାର ଫେସିଆଲ, ଚମକି ଉଠିବ ଚେହେରା

ଗରମ ଦିନରେ କ୍ଷୀର ବ୍ୟବହାର କରି ତ୍ୱଚାର ଯତ୍ନ ନେଇ ପାରିବେ । କାରଣ କ୍ଷୀର ଏପରି ଏକ ପଦାର୍ଥ ଯାହା ଆପଣଙ୍କୁ ତ୍ୱଚାକୁ ଅଧିକ ସୁନ୍ଦର କରିଥାଏ । ଏଥିରେ ଭିଟାମିନ, ପୋଟାସିୟମ, କ୍ୟାଲସିୟମ ଏବଂ ପ୍ରୋଟିନ ଅଧିକ ମାତ୍ରାରେ ରହିଥାଏ ।

ଗରମ ଦିନରେ ତ୍ୱଚାର ଯତ୍ନ ନେବା ଚ୍ୟାଲେଞ୍ଜ ହୋଇଥାଏ । କାରଣ ଦିନ ସାରା ତ୍ୱଚା ଖରା ସଂସ୍ପର୍ଶରେ ରହିଥାଏ । ଧୂଆଁ, ଧୂଳି ଏବଂ ଏଥିରୁ ସୃଷ୍ଟି ହେଉଥିବା ଅଠାରୁ ତ୍ୱଚାକୁ ସୁରକ୍ଷା ଦେବା ନିହାତି ଜରୁରୀ । ଏଥିପାଇଁ କିଛି ମହିଳା ଦାମୀ ସ୍କିନ ପ୍ରଡକ୍ଟ ବ୍ୟବହାର କରିଥାନ୍ତି । ଟ୍ୟାନ ଭଳି ସମସ୍ୟାରୁ ଦୂରେଇବା ପାଇଁ ମହିଳାମାନେ ବିଭିନ୍ନ ପ୍ରକାର ଚେଷ୍ଟା କରିଥାନ୍ତି । ଯଦି ଆପଣ ସକାଳୁ ଉଠିବା ମାତ୍ରେ ନିଜ ଚେହେରାରେ ସତେଜତା ଚାହୁଁଛନ୍ତି, ତେବେ ଆପଣ କ୍ଷୀର ବ୍ୟବହାର କରିପାରିବେ । କ୍ଷୀରରେ ଏପରି ଏଜେଣ୍ଟସ ରହିଥାଏ, ଯାହା ଆପଣଙ୍କ ତ୍ୱଚାକୁ କୋମଳ ଏବଂ ଉଜ୍ଜ୍ୱଳ କରିଥାଏ । ଏଥିପାଇଁ ଆପଣଙ୍କୁ ରାତିରେ କ୍ଷୀରରେ ଫେସିଆଲ କରିବାକୁ ହେବ । ଆପଣ ଏହି ଗରମ ଦିନରେ କ୍ଷୀର ବ୍ୟବହାର କରି ତ୍ୱଚାର ଯତ୍ନ ନେଇ ପାରିବେ । କାରଣ କ୍ଷୀର ଏପରି ଏକ ପଦାର୍ଥ ଯାହା ଆପଣଙ୍କୁ ତ୍ୱଚାକୁ ଅଧିକ ସୁନ୍ଦର କରିଥାଏ । ଏଥିରେ ଭିଟାମିନ, ପୋଟାସିୟମ, କ୍ୟାଲସିୟମ ଏବଂ ପ୍ରୋଟିନ ଅଧିକ ମାତ୍ରାରେ ରହିଥାଏ । ତେବେ ଆସନ୍ତୁ ଜାଣିବା ରାତିରେ କିପରି ତ୍ୱଚାରେ କ୍ଷୀର ବ୍ୟବହାର କରିବେ ।

ଗରମ ପାଇଁ ତ୍ୱଚା ଶୁଷ୍କ ହୋଇଯାଏ, ତେଣୁ ଏହାକୁ କ୍ଲିନ କରିବା ପାଇଁ ଲୋକମାନେ ବାହାରେ ବିକ୍ରି ହେଉଥିବା କ୍ଲିନ୍‌ଜର ବ୍ୟବହାର କରିଥାନ୍ତି । କିନ୍ତୁ ଆପଣ ଅତି କମ ମୂଲ୍ୟରେ କ୍ଷୀରକୁ କ୍ଲିନ୍‌ଜର ଭାବେ ବ୍ୟବହାର କରି ପାରିବେ । ଏହା ଚେହେରାରୁ ତେଲ, ଧୂଳି ଏବଂ ମଇଳାକୁ ସହଜରେ ସଫା କରିଥାଏ ।

ଯେତେବେଳେ ଆପଣ ମେକ ଅପ୍‌ ରିମୋଭ କରିବା ପାଇଁ ଚାହୁଁଥିବେ, ଆପଣ କ୍ଷୀର ବ୍ୟବହାର କରିପାରିବେ । ଏଥି ପାଇଁ ଆପଣ କଞ୍ଚା କ୍ଷୀର ଦୁଇ ଚାମଚ ନେବେ ଏହାକୁ ତୁଳାରେ ବୁଡ଼ାଇ ମେକ ଅପ୍‌ ରିମୋଭ କରି ପାରିବେ । ଏହା ତ୍ୱଚାକୁ ଅତି ଗଭୀରରୁ ସଫା କରିଥାଏ ଏବଂ ତ୍ୱଚା କିଛି ସମୟରେ ଉଜ୍ଜ୍ୱଳ ଦେଖାଯାଏ ।

କ୍ଷୀରରେ ନେଚୁରାଲ ମଏଶ୍ଚରାଇଜିଂ ଗୁଣ ରହିଥାଏ । ଏଥିରେ ଭିଟାମିନ ଏ ଏବଂ ବାୟୋଟିନ, ଲାକ୍ଟିକ ଏସିଡ ଏବଂ ପ୍ରୋଟିନ ଥାଏ, ଯାହା ତ୍ୱଚାକୁ ପର୍ଯ୍ୟାପ୍ତ ପୋଷଣ ଦେଇଥାଏ । ତ୍ୱଚାରେ କ୍ଷୀର ଲଗାଇ ଶୋଇବା ଦ୍ୱାରା ଆପଣଙ୍କ ତ୍ୱଚା ହାଇଡ୍ରେଟ ରହିଥାଏ । ଆପଣ ପ୍ରତ୍ୟେକ ଦିନ କ୍ଷୀରକୁ ମଏଶ୍ଚରାଇଜର ଭାବେ ବ୍ୟବହାର କରିପାରିବେ । ଏହାକୁ ରାତିରେ ଲଗାଇ ସକାଳେ ଥଣ୍ଡା ପାଣିରେ ଧୋଇବା ତ୍ୱଚା ପାଇଁ ଭଲ ହୋଇଥାଏ ।

ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ତ୍ୱଚା ଉଜ୍ଜ୍ୱଳ ହେଉ, ତେବେ ଆପଣ କ୍ଷୀରକୁ ଟୋନର ଭାବେ ମଧ୍ୟ ବ୍ୟବହାର କରି ପାରିବେ । ମିଲ୍କ ଟୋନର ବ୍ୟବହାର କରିବା ପାଇଁ ଗୋଟିଏ ସ୍ପ୍ରେ ବୋଟଲରେ କଞ୍ଚା କ୍ଷୀର ନିଅନ୍ତୁ ଏବଂ ଏହାକୁ ତ୍ୱଚାରେ ସ୍ପ୍ରେ କରନ୍ତୁ । ଏହା ଦ୍ୱାରା ଆପଣଙ୍କ ତ୍ୱଚାକୁ ପର୍ଯ୍ୟାପ୍ତ ପୋଷଣ ମିଳିଥାଏ ଏବଂ ଆପଣଙ୍କ ତ୍ୱଚା ହେଲଦି ରହିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.