ନ୍ୟୁଜିଲାଣ୍ଡକୁ ପରାସ୍ତ କରି ହକି ବିଶ୍ୱକପ୍ ସେମିଫାଇନାଲ୍ରେ ଗତ ଚାମ୍ପିଅନ୍ ବେଲଜିୟମ
ଭୁବନେଶ୍ୱର (କେନ୍ୟୁଜ୍) : ନ୍ୟୁଜିଲାଣ୍ଡକୁ ୨-୦ ଗୋଲ୍ରେ ହରାଇ ହକି ବିଶ୍ୱକପ୍ ସେମିଫାଇନାଲରେ ପହଞ୍ଚିଲା ବେଲଜିୟମ । ଟମ୍ ବୁନ୍ ଓ ଭାନ୍ ଔବେଲ ବେଲଜିୟମ ପକ୍ଷରୁ ଗୋଲ୍ ଦୁଇଟି ସ୍କୋର କରି ଦଳକୁ ସେମିଫାଇନାଲ୍ରେ ପହଞ୍ଚାଇଛନ୍ତି ।
ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚ୍ରେ ବେଲଜିୟମ ସୁନ୍ଦର ଖେଳ ଦେଖାଇଥିଲା । ଭାରତକୁ ପେନାଲଟି ସୁଟ୍ଆଉଟ୍ରେ ବିଦା କରିଥିବା ନ୍ୟୁଜିଲାଣ୍ଡ ଦଳ ଆଜି ଗତଥର ଚାମ୍ପିଅନ୍ ବେଲଜିୟମ ସହିତ ସମକକ୍ଷ ଖେଳ ଦେଖାଇ ପାରି ନଥିଲା । ଯାହା ସୁଯୋଗ ପାଇଥିଲା ସେସବୁକୁ ଗୋଲ୍ରେ ବଦଳାଇବାକୁ ସକ୍ଷମ ହୋଇନଥିଲା । ପୂର୍ବରୁ ଅଷ୍ଟ୍ରେଲିଆ ଦଳ ସ୍ପେନକୁ ୪-୩ ଗୋଲ୍ରେ ହରାଇ ସେମିଫାଇନାଲ୍ରେ ପ୍ରବେଶ କରିଛି । ଆସନ୍ତାକାଲି ବାକି ଦୁଇଟି କ୍ୱାର୍ଟରଫାଇନାଲ୍ ମ୍ୟାଚ୍ ଖେଳାଯିବ ।