ଖୁବଶୀଘ୍ର କଳିଙ୍ଗ ଷ୍ଟାଡିୟମରେ ହେବ ଇଷ୍ଟ ଏସିଆର ପ୍ରଥମ ଏସି ଇଣ୍ଡୋର ଷ୍ଟାଡିୟମ୍ ଉଦଘାଟିତ

କଳିଙ୍ଗ ଷ୍ଟାଡିୟମରେ ଖୁବଶୀଘ୍ର ଇଷ୍ଟ ଏସିଆର ପ୍ରଥମ ଏସି ଇଣ୍ଡୋର ଷ୍ଟାଡିୟମ୍ ଉଦଘାଟିତ ହେବ । ଏଥିରେ ଶହେ ଓ ୨ ଶହ ମିଟର ସନ୍ଥେଟିକ ରନିଂ ଟ୍ରାକ ରହିଛି । ଏଥିସହ ସର୍ଟପୁଟ ଓ ଲଙ୍ଗଜମ୍ପ ଖେଳି ପାରିବେ ଖେଳାଳି ।

ଭୁବନେଶ୍ୱର (କେନ୍ୟୁଜ):କଳିଙ୍ଗ ଷ୍ଟାଡିୟମରେ ଖୁବଶୀଘ୍ର ଇଷ୍ଟ ଏସିଆର ପ୍ରଥମ ଏସି ଇଣ୍ଡୋର ଷ୍ଟାଡିୟମ୍ ଉଦଘାଟିତ ହେବ । ଏଥିରେ ଶହେ ଓ ୨ ଶହ ମିଟର ସନ୍ଥେଟିକ ରନିଂ ଟ୍ରାକ ରହିଛି । ଏଥିସହ ସର୍ଟପୁଟ ଓ ଲଙ୍ଗଜମ୍ପ ଖେଳି ପାରିବେ ଖେଳାଳି । ଏଥିସହ ଏଠାରେ ୬୦ ଡବଲ ବେଡ୍ ରୁମ୍ ରହିଥିବା ବେଳେ ୨୦୦୦ ସିଟିଂ କାପାସିଟି ମଧ୍ୟ ରହିଛି ।

ଖେଳାଳିଙ୍କ ପାଇଁ କ୍ଲାସ ରୁମ, ଅଫିସ୍ ରୁମ୍ ମଧ୍ୟ ଉପଲବ୍ଧ । ଏହି ସୁବିଧା ଦେଶରେ ଆଥଲେଟିକ୍ସର ବିକାଶରେ ସହାୟକ ହେବା ସହ ଏଠାରେ ଜାତୀୟ ତଥା ଆନ୍ତର୍ଜାତୀୟ ଆଥଲେଟିକ୍ ଇଭେଣ୍ଟ ଆୟୋଜନ କରାଯାଇପାରିବ । ଇନଡୋର ଆକ୍ୱାଟିକ୍ କମ୍ପ୍ଲେକ୍ସରେ ସନ୍ତରଣ ଖେଳାଳିଙ୍କୁ 50 ମିଟର ଅଲିମ୍ପିକ୍ ସାଇଜ୍ ସୁଇମିଂ ପୁଲ୍ ସହିତ ହଜାରେ ସିଟିଂ କ୍ଷମତା, ୨୫ ମିଟର ଅଲିମ୍ପିକ୍ ସାଇଜ୍ ପୁଲ୍, ଫିଟନେସ୍ ସେଣ୍ଟର ଏବଂ ୨୬ ଟି ଟ୍ୱିନ୍ ସେୟାର୍ ରୁମର ସୁବିଧା ରହିଛି ।

ସେପଟେ କଳିଙ୍ଗ ଷ୍ଟାଡିୟମରେ ରହିଥିବା କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ଭାରତର ସର୍ବବୃହତ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ହେବ । ପାରା ଆଥଲେଟିକ୍ ପର୍ଫର୍ମନ୍ସ ସେଣ୍ଟର୍, ବାଇଓ ମେକାନିକାଲ ଲ୍ୟାବ, ସ୍ପିନ ଷ୍ଟୁଡିଓ, ଡ୍ରିମ୍ ପ୍ୟାଡ ଭଳି ସୁବିଧା କ୍ରୀଡ଼ା ବିଜ୍ଞାନ କେନ୍ଦ୍ରରେ ରହିବ । ଏହାସହ ନିର୍ମାଣାଧୀନ ବ୍ୟାଡମିଣ୍ଟନ୍ କ୍ରୀଡା ଭିତ୍ତିଭୂମି କିମ୍ବଦନ୍ତୀ କୋଚ୍ ପୁଲେଲା ଗୋପିଚାନ୍ଦଙ୍କ ତତ୍ତ୍ୱାବଧାନରେ ବିକଶିତ ଏବଂ ପରିଚାଳିତ ହେବ । ଏଥିରେ ୫ଶହ ବସିବା କ୍ଷମତା, କାଫେରିଆ, ଗେଷ୍ଟ ରୁମ ଏବଂ ଜିମ୍ନାସିୟମ ସହିତ ୮ ଟି ବ୍ୟାଡମିଣ୍ଟନ କୋର୍ଟ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.