WPL ରେ ଇତିହାସ ରଚିଲେ ଏଲିସ ପେରୀ, ୧୫ ବଲରେ ନେଲେ ୬ ଓ୍ଵିକେଟ

ପେରୀ ୪ ଓଭର ବୋଲିଂ କରି ୧୫ ରନ ଦେଇ ୬ଟି ୱିକେଟ ଅକ୍ତିଆର କରିବା ସହ ଇତିହାସ ରଚିଛନ୍ତି । ଏପରି ଶ୍ରେଷ୍ଠ ପ୍ରଦର୍ଶନ କରି ପେରୀ ଡବ୍ଲ୍ୟୁପିଏଲ ଇତିହାସରେ ପ୍ରଥମ ଖେଳାଳି ହୋଇଛନ୍ତି । ସେ ଦକ୍ଷିଣ ଆଫ୍ରିକୀୟ ବୋଲର ମରିଜନନେ କପ୍ପଙ୍କ ରେକର୍ଡକୁ ଭାଙ୍ଗିଛନ୍ତି ।

ଆରସିବିର ଷ୍ଟାର ଅଲରାଉଣ୍ଡର ଏଲିସ ପେରୀ ୧୫ଟି ବଲରେ ୬ଟି ୱିକେଟ ନେଇ ଇତିହାସ ରଚିଛନ୍ତି । ଏପରି ଶ୍ରେଷ୍ଠ ପ୍ରଦର୍ଶନ କରିବାରେ ପେରୀ ପ୍ରଥମ ଖେଳାଳି ସାବ୍ୟସ୍ତ ହୋଇଛନ୍ତି । ଅଷ୍ଟ୍ରେଲିଆର ଷ୍ଟାର ବୋଲର ନିଜ ବୋଲିଂ ପାଇଁ ପରିଚିତ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ମଧ୍ୟରେ ହୋଇଥିବା ମ୍ୟାଚରେ ଏଲିସ ପେରୀଙ୍କ ଯାଦୁ ଦେଖିବାକୁ ମିଳିଥିଲା ।

ପେରୀ ୪ ଓଭର ବୋଲିଂ କରି ୧୫ ରନ ଦେଇ ୬ଟି ୱିକେଟ ଅକ୍ତିଆର କରିବା ସହ ଇତିହାସ ରଚିଛନ୍ତି । ଏପରି ଶ୍ରେଷ୍ଠ ପ୍ରଦର୍ଶନ କରି ପେରୀ ଡବ୍ଲ୍ୟୁପିଏଲ ଇତିହାସରେ ପ୍ରଥମ ଖେଳାଳି ହୋଇଛନ୍ତି । ସେ ଦକ୍ଷିଣ ଆଫ୍ରିକୀୟ ବୋଲର ମରିଜନନେ କପ୍ପଙ୍କ ରେକର୍ଡକୁ ଭାଙ୍ଗିଛନ୍ତି । ଗତ ସିଜିନରେ ଦିଲ୍ଲୀ କ୍ୟାପିଟାଲ୍ସ ତରଫରୁ ଖେଳୁଥିବା ମରିଜନନେ ଗୁଜରାଟ ଜାଏଣ୍ଟସ ବିପକ୍ଷରେ ୧୫ ରନ ଦେଇ ୫ଟି ୱିକେଟ ଅକ୍ତିଆର କରିଥିଲେ । ଏହା ପୂର୍ବରୁ ଡବ୍ଲ୍ୟୁପିଏଲରେ କେବଳ ୩ ଜଣ ଖେଳାଳି ୪ଟି ଲେଖାଏଁ ୱିକେଟ ହାସଲ କରିଥିଲେ ।

ମୁମ୍ବାଇ ନିଜର ପ୍ରଥମ ଓ୍ଵିକେଟ ହେଲୀ ମାଥ୍ୟୁଜଙ୍କ ଯାଇଥିଲା । ପ୍ରାରମ୍ଭିକ ୯ଟି ବଲରେ ପେରୀଙ୍କୁ କୌଣସି ୱିକେଟ ମିଳିନଥିଲା । ମାତ୍ର ଏହାପରେ ସେ ନିଜର ବୋଲିଂର ଯାଦୁ ଦେଖାଇଥିଲେ । ସେ ପରବର୍ତ୍ତୀ ୧୫ଟି ବଲରେ ୬ଟି ୱିକେଟ ହାସଲ କରିଥିଲେ । । ପେରୀ ୪ ଓଭର ବୋଲିଂ କରି ୧୫ ରନରେ ୬ ଓ୍ଵିକେଟ ନେଇଥିଲେ । ଦଳ ୧୯ ଓଭରରେ ୧୧୩ ରନରେ ଅଲଆଉଟ ହୋଇଥିଲା । ଟିମରେ ସବୁଠାରୁ ଅଧିକ ରନ୍‌ ସଞ୍ଜନା(୩୦) କରିଥିଲେ । ମାଥ୍ୟୁଜ ୨୬ ରନ୍‌ କରିଥିବା ବେଳେ ପ୍ରିୟଙ୍କା ବାଲା ୧୯ ରନ୍‌ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.