ଆଜିଠୁ ଫୁଟବଲ ମହାକୁମ୍ଭ: ଉଦ୍‌ଘାଟନୀ ମ୍ୟାଚରେ କାତାର-ଇକ୍ୱେଡର ମଧ୍ୟରେ ମୁକାବିଲା

କେନ୍ୟୁଜ: ଆଜିଠୁ ଫୁଟବଲ ମହାକୁମ୍ଭ । କତାରରେ ଖେଳାଯିବ ଫୁଟବଲ ବିଶ୍ୱକପ୍‌ । ଉଦ୍‌ଘାଟନୀ ମ୍ୟାଚରେ କାତାର-ଇକ୍ୱେଡର ମଧ୍ୟରେ ହେବ ମୁକାବିଲା। ବିଶ୍ୱର ସବୁଠୁ ବଡ଼ କ୍ରୀଡା ଇଭେଣ୍ଟ ପାଇଁ ପ୍ରସ୍ତୁତ ହୋଇ ରହିଛି ଷ୍ଟାଡିୟମ୍‌ ଓ ଖେଳାଳି । ୮ଟି ଷ୍ଟାଡିୟମରେ ଖେଳାଯିବ ୬୪ଟି ମ୍ୟାଚ୍‌ । ଭାଗନେବେ ବିଶ୍ୱର ବଛାବଛା ୩୨ ଟିମ୍‌ । ସେମାନଙ୍କୁ ୮ଟି ଗ୍ରୁପରେ ବିଭକ୍ତ କରାଯାଇଛି । ପ୍ରତ୍ୟେକ ଗ୍ରୁପର ଶ୍ରେଷ୍ଠ ୨ଟି ଦଳ ନକ୍‌ଆଉଟ୍‌ ଅର୍ଥାତ୍‌ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିବେ ।

ଷ୍ଟାର ଖେଳାଳି ମେସି ଓ ରୋନାଲଡୋ ବିଶ୍ୱକପରେ ୨ ଅଙ୍କ ଗୋଲ୍‌ ସ୍କୋର କରିବାର ସୁଯୋଗ ରହିଛି । ଏହି ଦୁଇ ବଡ଼ ଖେଳାଳିଙ୍କ ଉପରେ ଫ୍ୟାନ୍‌ଙ୍କ ନଜର ରହିଛି । ଡିସେମ୍ବର ୧୮ରେ ରହିଛି ଫିଫା ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ । ବିଶ୍ୱକପ୍‌ ଆୟୋଜନ ପାଇଁ ୨୨୦ ବିଲିୟନ୍‌ ଡଲାର ଓ ଭାରତୀୟ ମୂଲ୍ୟ ପ୍ରାୟ ୧୮ ଲକ୍ଷ କୋଟି ଟଙ୍କା ହେବ । ଅନ୍ୟପଟେ ଷ୍ଟାଡିୟମରେ ବିୟର ମନା କରାଯାଇଛି । ଏହାସହ କୌଣସି ଦର୍ଶକ ସଟକଟ୍‌ ଡ୍ରେସ୍‌ ପିନ୍ଧି ପାରିବେନି । ଯାହାକୁ ନେଇ ଫ୍ୟାନ୍‌ ନିରାଶ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.