ଯୁବରାଜଙ୍କ ବିରୋଧରେ ମାମଲା : ଚହଲଙ୍କ ଟିକ୍‌ଟକ୍‌ ଭିଡିଓରେ ଦେଇଥିଲେ ଜାତିସୂଚକ ଟିପ୍ପଣୀ

ଭାରତୀୟ ଟିମର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂଙ୍କୁ ବିରୋଧରେ ମାମଲା ରୁଜୁ। ଟିମ୍ ଇଣ୍ଡିଆର ଯୁବ ଲେଗସ୍ପିନର ୟୁଜଭେନ୍ଦ୍ର ଚହଲଙ୍କ ଟିକଟକ୍ ଭିଡିଓ ଉପରେ କମେଣ୍ଟ କରିବା ଯୋଗୁଁ ଏହି ମାମଲା ରୁଜୁ ହୋଇଛି। ଚହଲଙ୍କ ଭିଡିଓ ଉପରେ ଯୁବରାଜ କମେଣ୍ଟ କରି ଜାତିସୂଚକ ଶବ୍ଦର ବ୍ୟବହାର କରିଥିଲ। ଏହାପରେ ସୋସିଆଲ ମିଡିରେ ତାଙ୍କ ପ୍ରତି ଅସନ୍ତୋଷ ଦେଖିବାକୁ ମିଳିଛି। ଏବେ ହରିୟାଣାର ହିସାର ଜିଲ୍ଲାର ଜଣେ ଦଳିତ ଅଧିକାର କର୍ମୀ ଓ ଓକିଲ ରଜତ କଲସନ୍ ଏହି ପୂର୍ବତନ ଅଲରାଉଣ୍ଡରଙ୍କ ବିରୋଧରେ ପୋଲିସ ନିକଟରେ ମାମଲା ରୁଜୁ କରିଥିଲେ।

yuvi

ଏହି ସପ୍ତାହରେ ସୋସିଆଲ ମିଡିଆରେ ଯୁବରାଜ ସିଂଙ୍କ କିଛି ଦିନ ପୁରୁଣା ଭିଡିଓ ଟ୍ରେଣ୍ଡ କରିଥିଲା। ଏହାପରେ ଟୁଇଟରରେ #ଯୁବରାଜ_ସିଂ _ କ୍ଷମା _ ମାଗ_ ଟ୍ରେଣ୍ଡ କରିଥିଲା। ଏହି ଭିଡିଓରେ ଯୁବରାଜଙ୍କ ଟିମ୍ ଇଣ୍ଡିଆର ସୀମିତ ଓଭରର ଭାଇସ୍-କ୍ୟାପଟେନ୍ ରୋହିତ ଶର୍ମାଙ୍କ ସହିତ ଇନଷ୍ଟାଗ୍ରାମ ଉପରେ ଲାଇଭ ଚାଟ୍ କରିଥିଲେ। ସେତେବେଳେ ସେ ଚହଲଙ୍କ ବିଷୟରେ କହିବା ବେଳେ ଜାତିସୂଚକ ଶବ୍ଦର ବ୍ୟବହାର କରିଥିଲେ।

ଚହଲ ଲକଡାଉନର ଆରମ୍ଭରୁ ନିଜର ପରିବାର ସହିତ ସୋସିଆଲ ମିଡିଆରେ ଓ୍ବେବସାଇଟ୍ ଟିକଟକରେ ଡ୍ୟାନ୍ସ ଓ ମଜା-ମସ୍ତି କରୁଥିବା ଭିଡିଓ ତିଆରି କରିଥିଲେ। ଯୁବରାଜ ତାଙ୍କର ସେହି ଭିଡିଓ ଉପରେ ଜାତିସୂଚକ ଶବ୍ଦର ବ୍ୟବହାର କରି କମେଣ୍ଟ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.