ଟିମ୍ ଇଣ୍ଡିଆର ମିଶନ୍ ଟି-୨୦ : ଆଜି ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ : ୪-୧ରେ ଦିନିକିଆ ସିରିଜ ବିଜୟ ପରେ ଆଜିଠୁ ମିଶନ ଟି-ଟେ୍ଵଣ୍ଟିରେ ଟିମ୍ ଇଣ୍ଡିଆ। ଆରମ୍ଭ ହେଉଛି ଭାରତ-ନ୍ୟୁଜିଲାଣ୍ଡ ଟେ୍ଵଣ୍ଟି ଟେ୍ଵଣ୍ଟି ସିରିଜ। ପ୍ରଥମ ମ୍ୟାଚ୍ େଓ୍ଵଲିଂଟନରେ ଖେଳାଯିବ। ଭାରତୀୟ ସମୟ ଅପରାହ୍ଣ ସାଢ଼େ ୧୨ଟାରେ ଖେଳାଯିବ ମ୍ୟାଚ୍। ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟି-ଟେ୍ଵଣ୍ଟି ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ। ଟି-ଟେ୍ଵଣ୍ଟି ସ୍କ୍ଵାଡକୁ ଫେରିଛନ୍ତି ମହେନ୍ଦ୍ର ସିଂ ଧୋନି। ସେହିପରି ଦିନିକିଆ ଦଳରୁ ବାଦ ପଡ଼ିଥିବା ଓ୍ଵିକେଟ କିପର ବ୍ୟାଟ୍ସମ୍ୟାନ୍ ରୁଷଭ ପନ୍ଥ ଓ ଫାଷ୍ଟ ବୋଲର ଖଲିଲ ଅହମ୍ମଦ ଫେରିଛନ୍ତି।

ନ୍ୟୁଜିଲାଣ୍ଡ ବିପକ୍ଷ ଶେଷ ଦୁଇଟି ଦିନିକିଆରେ ଅଲରାଉଣ୍ଡର ଇନିଂସ ଖେଳିଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଖେଳିବା ବି ପକ୍କା। ସେପଟେ ଦିନିକିଆ ସିରିଜ ହାତଛଡ଼ା ହୋଇଥିଲେ ବି ଟି-ଟେ୍ଵଣ୍ଟିରେ ବଦଲା ନେବାକୁ ଚେଷ୍ଟ କରିବ କିଓ୍ଵି ଦଳ। ମାର୍ଟିନ ଗପଟିଲ୍ ଆହତ କାରଣରୁ ଖେଳୁ ନାହାନ୍ତି। ଏହା ଦଳ ପାଇଁ ସାମାନ୍ୟ କ୍ଷତିକାରଣ ହେବ । କିଛି ନୂଆ ଖେଳାଳିଙ୍କୁ ନେଇ ମୈଦାନକୁ ଓହ୍ଲାଇପାରେ ଘରୋଇ ଦଳ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.