Below header

ମୋ ଭବିଷ୍ୟତ ପାଇଁ ବାପା କ୍ଷୀର ବିକୁଥିଲେ, ଡ୍ରାଇଭିଂ କରୁଥିଲେ : ପ୍ରିୟମ୍‌ ଗର୍ଗ, ଜୁନିୟର ଟିମ୍‌ ଇଣ୍ଡିଆ ଅଧିନାୟକ

ଅଣ୍ଡର ୧୯ ବିଶ୍ବକପ୍ ପାଇଁ ଭାରତୀୟ ଟିମର ଅଧିନାୟକ ସାଜିଛନ୍ତି ପ୍ରିୟମ ଗର୍ଗ। ପ୍ରିୟମ ଏହାକୁ ନେଇ ବେଶ ଉତ୍ସାହିତ ରହିଛନ୍ତି। ପ୍ରିୟମଙ୍କ ଉତ୍ତମ ଜୀବନ ପାଇଁ ତାଙ୍କୁ ବାପା ବହୁତ ପରିଶ୍ରମ କରିଛନ୍ତି। ପୁଅକୁ କ୍ରିକେଟର କରିବା ପାଇଁ ବାପା କ୍ଷୀର ବିକିବା ଠାରୁ ଆରମ୍ଭ କରି ଡ୍ରାଇଭର ମଧ୍ୟ ସାଜିଛନ୍ତି। ପ୍ରିୟମ ନିଶ୍ଚିତ ଭାରତ ପାଇଁ ୱାଲର୍ଡକପ୍ ଜିତିବେ ବୋଲି ବାପା ଆଶା ରଖିଛନ୍ତି। ଆସନ୍ତାବର୍ଷ ଜାନୁଆରୀ ୧୭ରୁ ଦକ୍ଷିଣ ଆଫ୍ରିକାରେ ଆରମ୍ଭ ହେବାକୁ ଯାଉଛି। ଭାରତର ପ୍ରଥମ ମ୍ୟାଚ ଶ୍ରୀଲଙ୍କା ସହିତ ରହିଛି।

priyam

ମେରଠର କିଲା ପରିକ୍ଷିତଗଡ ପ୍ରିୟମଙ୍କ ଘର। ମୋ ବାପା ମୋତେ କ୍ରିକେଟର ଭାବେ ଦେଖିବାକୁ ଚାହୁଁଥିଲେ। ଏଥିପାଇଁ ମୋତେ ମେରଠର ଭଲ ଏକାଡେମୀରେ ଆଡମିସନ କରିଥିଲେ। ପରିବାରର ଆର୍ଥିକ ସ୍ଥିତି ଭଲ ନଥିଲା। ଏହା ବୁଝିବା ପାଇଁ ସେତେବେଳେ ବହୁତ ଛୋଟ ଥିଲି। ମାତ୍ର ୮ ବର୍ଷ ବୟସରୁ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ ପ୍ରିୟମ। ପ୍ରିୟମ ଛୋଟବେଳରୁ ଭଲ ବୋଲିଂ କରୁଥିଲେ, ତେଣୁ ବାପା ତାଙ୍କୁ କ୍ରିକେଟ ଏକାଡେମୀରେ ଭର୍ତ୍ତି କରିଥିଲେ। ୨୦୧୧ରେ ପ୍ରିୟମଙ୍କ ମା’ କୁସୁମ ଦେବୀଙ୍କ ନିଧନ ହୋଇଥିଲା। ତା’ପରେ ପ୍ରିୟମ କ୍ରିକେଟ ଏକାଡେମୀ ଛାଡିଦେଇଥିଲେ। କିନ୍ତୁ ବାପାଙ୍କ ବୁଝାଇବା ପରେ ପୁଣି ଥରେ ପ୍ରିୟମ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। କିନ୍ତୁ ମା ଚାହୁଁଥିଲେ କି ପୁଅ ଖେଳକୁଦ ଛାଡି ପାଠ ପଢି ଅଫିସର ହୁଅନ୍ତୁ। ଏଥିପାଇଁ ପ୍ରିୟମ ବହୁତ ପରିଶ୍ରମ କରିଥିଲେ।

ଏହାସହ ପଢନ୍ତୁ ; ଦୃଢ଼ ଇଚ୍ଛାଶକ୍ତିକୁ ସଲାମ୍‌: ଦୁର୍ଲ୍ଲଭ ରୋଗରେ ପୀଡ଼ିତ ଥାଇ ବି ଅକ୍ସିଜେନ୍‌ ସିଲିଣ୍ଡର ଲଗାଇ ଦେଲେ IAS ପରୀକ୍ଷା!

family

ପ୍ରିୟମଙ୍କ ଜନ୍ମ ୩୦ ନଭେମ୍ବର ୨୦୦୦ରେ ମେରଠରେ ହୋଇଥିଲା। ପ୍ରଥମେ ଅନ୍ତଃରାଜ ଟିମ୍ ପାଇଁ ଖେଳୁଥିଲେ। ପ୍ରିୟମ ପ୍ରଥମ ମ୍ଯାଚ ନଭେମ୍ବର ୨୦୧୮ରେ ଗୋଆ ବିପକ୍ଷରେ ଖେଳିଥିଲେ। ପ୍ରିୟମ ନିଜ କ୍ଯାରିଅରରେ ୨ଟି ଶତକ ଏବଂ ୫ଟି ଅର୍ଦ୍ଧଶତକ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.