ମଝି ସମୁଦ୍ରରେ ଗ୍ରେଟ୍‌ ହ୍ଵାଇଟ୍‌ ସାର୍କ ଓ ଗୋଲିୟଥ୍‌ ଫିସ୍‌ ମଧ୍ୟରେ ଘମାଘୋଟ୍‌ ଲଢ଼େଇ, ଦେଖନ୍ତୁ ଲାଇଭ୍‌ ଭିଡିଓ

ସମୁଦ୍ରରେ ସାର୍କକୁ ସାମ୍ନା କରିବାକୁ ଯେ କେହି ବି ଭୟ କରିବ। ଆଉ ଯଦି ସାମ୍ନାକୁ ଗ୍ରେଟ୍‌ ହ୍ଵାଇଟ୍‌ ସାର୍କ ଆସିଯାଏ, ତେବେ ଡର ଦ୍ୱିଗୁଣା ହେବା ସ୍ୱାଭାବିକ। କାରଣ ଏହି ଜୀବ ନିଜ ସାମ୍ନାକୁ ଆସୁଥିବା କୌଣସି ଶିକାରକୁ ଜୀବିତ ଛାଡ଼େ ନାହିଁ। ତେବେ ଗୋଲିୟଥ ଟାଇଗର ଫିସ୍‌ ମଧ୍ୟ କୌଣସି ଗୁଣରେ କମ୍‌ ଭୟଙ୍କର ନୁହେଁ। ବାଘ ଭଳି ଦାନ୍ତ ଥିବା ଯୋଗୁ ଏହା କୁମ୍ଭୀରଙ୍କୁ ମଧ୍ୟ ମାରିପାରେ। ଏହି ମାଛର ଓଜନ ପ୍ରାୟ ୭୫ କିଲୋଗ୍ରାମ। ଏବେ ସୋସିଆଲ ମିଡିଆରେ ଗ୍ରେଟ୍‌ ହ୍ଵାଇଟ୍‌ ସାର୍କ ଓ ଗୋଲିୟଥ ଟାଇଗର ଫିସ୍‌ର ଏକ ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ଏହାସହ ପଢ଼ନ୍ତୁ:  ପରିଶ୍ରମ କେବେ ବୃଥା ଯାଏନା, କାର୍‌ କିଣିବାକୁୁ ଦୈନିକ ୨୨ କିଲୋମିଟର ଚାଲୁଥିବା ଯୁବତୀଙ୍କୁ ଗିଫ୍ଟରେ ମିଳିଲା କାର୍‌

ଭିଡିଓରେ ଏକ ଗ୍ରେଟ୍‌ ହ୍ଵାଇଟ୍‌ ସାର୍କ ଓ ଗୋଲିୟଥ ଟାଇଗର ଫିସ୍‌ ମଧ୍ୟରେ ଭୟଙ୍କର ଲଢ଼େଇ ହେଉଥିବା ଦେଖିବାକୁ ମିଳିଛି। ଭିଡିଓରେ ସାର୍କ ପ୍ରଥମେ ଟାଇଗର ଫିସ୍‌କୁ ଆକ୍ରମଣ କରୁଥିବା ନଜର ଆସିଛି। ସାର୍କ ମାଛକୁ ଲାଞ୍ଜ ଆଡୁ ଗିଳିବାକୁ ଚେଷ୍ଟା କରୁଛି। ମାତ୍ର ଟାଇଗର ଫିସ୍‌ ଜୀବନ ବଞ୍ଚାଇବାକୁ ଚେଷ୍ଟା ଚଳାଉଛି। କିନ୍ତୁ ସାର୍କ ତାକୁ ଜୋରରେ ମାଡ଼ି ବସିଛି। ପରେ ଟାଇଗର ଫିସ୍‌ ମଧ୍ୟ ଆକ୍ରମକ ହୋଇପଡ଼ିଥିବା ନଜର ଆସିଛି

ଦେଖନ୍ତୁ ଭିଡିଓ:

Video Courtesy: G2G Play

ଭିଡିଓରେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ଦେଖିବାକୁ ମିଳିଛି। ଏଥିରେ ସାର୍କର ଆକାର ତୁଳନାରେ ଟାଇଗର ଫିସ୍‌ର ଆକାର ବଡ଼ ଅଛି। ତଥାପି ସାର୍କ ଆକ୍ରମଣ ଜାରି ରଖିଛି। ତେବେ ଭିଡିଓଟି ମାତ୍ର କିଛି ସେକେଣ୍ଡର ଥିବାରୁ କିଏ ଜିତିଲା କିଏ ହାରିଲା, ତାହା ଜଣାପଡ଼ିନାହିଁ।
ସୂଚନାଯୋଗ୍ୟ ଯେ ଟାଇଗର ଫିସ୍‌ ଆଫ୍ରିକୀୟ ଦେଶମାନଙ୍କରେ ଅଧିକ ପରିମାଣରେ ଦେଖିବାକୁ ମିଳିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.