ପୂର୍ବତନ କ୍ରିକେଟର ଚେତନ ଚୌହାନ ଗୁରୁତର,ମେଦାନ୍ତ ହସ୍ପିଟାଲରେ ହେଲେ ଭର୍ତ୍ତି

କେନ୍ୟୁଜ୍(ବ୍ୟୁରୋ):  ପୂର୍ବତନ କ୍ରିକେଟର ଚେତନ ଚୌହାନ ଗୁରୁତର। ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଥିବାରୁ ତାଙ୍କୁ ଭେଣ୍ଟେଲେଟରରେ ରଖାଯାଇଛି। ଜୁଲାଇ ମାସରେ ଚେତନ କରୋନାରେ ଆକ୍ରାନ୍ତ ହୋଇଥିଲେ। କିନ୍ତୁ କରୋନାରେ ସୁସ୍ଥ ହେବା ପରେ ତାଙ୍କର ବ୍ଲଡ ପ୍ରେସର ବଢିବା  ସହିତ କିଡନୀ ସଂକ୍ରମଣ ହୋଇଥିଲା । ଯାହା ଫଳରେ ଚେତନ ଗୁରୁତର ହୋଇ ପଡିଥିଲେ। ଶୁକ୍ରବାର ରାତିରେ  ତାଙ୍କୁ ଗୁରୁଗାଁର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ଚେତନଙ୍କ ସ୍ବାସ୍ଥ୍ୟବସ୍ଥା ଅତି ସଂକଟ ଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଜାତୀୟ ଗଣମାଧ୍ୟମ ସଂସ୍ଥା ପିଟିଆଇ ମାଧ୍ୟମରେ ଡିଡିସିଏ ଅଫିସ ତରଫରୁ  କୁହାଯାଇଛି ‘‘କିଡନୀ ସଂକ୍ରମଣରେ ପୀଡିତ ଚେତନଙ୍କର  ଆଜି ସକାଳେ  ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା । ତାଙ୍କର ସବୁ ଅଙ୍ଗ ଅକାମି ହୋଇଯବାରୁ  ତାଙ୍କୁ ଲାଇଫ୍ ସପୋର୍ଟ ସିଷ୍ଟମରେ ରଖାଯାଇଛି । ଆମେ ସମସ୍ତେ ପ୍ରାର୍ଥନା କରୁଛୁ ଯେ ସେ ଜୀବନ ଯୁଦ୍ଧରେ ଜିତି ସୁସ୍ଥ ହୋଇ ଘରକୁ  ଫେରନ୍ତୁ’’।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.