Below header

ଆଇପିଏଲ ସ୍କୋର ଗଣିବେ ତେଜରାତି ଦୋକାନୀ ସୂର୍ଯ୍ୟକାନ୍ତ ପଣ୍ଡା

ୟାକୁ ହିଁ କୁହନ୍ତି ଭାଗ୍ୟ ! ତେଜରାତି ଦୋକାନରୁ କ୍ରିକେଟ ମଇଦାନ। କିଣାବିକା ହିସାବ ଲେଖୁଲେଖୁ ସିଧା ସ୍କୋର ଲେଖିବେ। ଓଡିଆ ପୁଅ ସୂର୍ଯ୍ୟକାନ୍ତ ପଣ୍ଡା ହେବେ ଆଇପିଏଲ ଇଲେକଟ୍ରୋନିକ ସ୍କୋରର। ଆଜି ଆମେ ଆପଣଙ୍କୁ ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ ଜଣାଇବାକୁ ଯାଉଛୁ ଯିଏ ଅନେକ ସଂଘର୍ଷ ପରେ ପାଇଛନ୍ତି ବଡ ସଫଳତା। ରୋଜଗାର ଆଶାରେ ଅନ୍ୟ ରାଜ୍ୟକୁ ଚାଲିଯାଇଥିଲେ କିନ୍ତୁ ମନରେ କିଛି କରିଦେଖାଇବାର ଅଦମ୍ୟ ସାହସ ତାଙ୍କୁ ସେହି ଇଚ୍ଛାକୁ ପୂରଣ କରିବାରେ ସଫଳ କରିପାରିଛି। କରୋନା କଟକଣା ଭିତରେ ଚଳିତ ବର୍ଷ ୟୁଏଇରେ ଆୟୋଜିତ ହେବାକୁ ଥିବା ଆପିଏଲ ମ୍ୟାଚ ପାଇଁ ରନ ସ୍କୋରର ଭାବରେ ମନୋନିତ ହୋଇଛନ୍ତି ସୂର୍ଯ୍ୟକାନ୍ତ ପଣ୍ଡା।

suryakantt ମାତ୍ର ଦଶମ ଯାଏଁ ପାଠ ପଢ଼ିଥିବା ସୂର୍ଯ୍ୟକାନ୍ତ ପଶ୍ଚିମବଙ୍ଗର ଚିନସୁରା ହୁଗୁଳିରେ ଏକ ତେଜରାତି ଦୋକାନରେ ସହାୟକ ଭାବରେ କାମ କରନ୍ତି। ଗ୍ରାହକଙ୍କୁ ସାମଗ୍ରୀ ବିକିବାରେ ଦୋକାନୀଙ୍କୁ ସାହାଯ୍ୟ କରନ୍ତି ଏବଂ ଗ୍ରାହକ ମାନଙ୍କର ବାକି ଖାତାର ହିସାବ ରଖନ୍ତି। ସବୁଠାରୁ ବଡ କଥା ହେଉଛି ସୂର୍ଯ୍ୟକାନ୍ତ ଏଥର ପ୍ରଥମ ଥର ପାଇଁ ବିମାନରେ ବସିବେ। ନା ସେ କେବଳ ପ୍ରଥମ ଥର ପାଇଁ ବିମାନରେ ବସିବେ ବରଂ ପ୍ରଥମ ଥର ପାଇଁ ଏୟାରପୋର୍ଟରେ ପାଦ ରଖିବେ। ସୂର୍ଯ୍ୟକାନ୍ତ ଅଗଷ୍ଟ ୨୭ ତାରିଖରେ ବିମାନରେ ଦୁବାଇ ଅଭିମୁଖେ ଯାତ୍ରା କରିବେ। ଆଇପିଏଲ ସମୟରେ ପ୍ରତ୍ୟେକଟି ଅପଡେଟ ସୂର୍ଯ୍ୟକାନ୍ତଙ୍କ ମାଧ୍ୟମରେ ଇଲେକଟ୍ରୋନିକ୍ସ ସ୍କୋର ବୋର୍ଡରେ ପ୍ରର୍ଦଶନ କରାଯିବ। ସେପ୍ଟେମ୍ବର ୧୯ ରୁ ନଭେମ୍ବର ୧୦ ତାରିଖ ପଯ୍ୟର୍ନ୍ତ ଆଇପିଏଲ ଖେଳାଯିବ।

ଏବେ ଆସନ୍ତୁ ଜାଣିବା କେମିତି ଥିଲା ଓଡିଆ ପୁଅ ସୂର୍ଯ୍ୟକାନ୍ତ ପଣ୍ଡାଙ୍କ ଦୁବାଇ ଯାତ୍ରା?

gricoryରୋଜଗାର ଆଶାରେ ଓଡିଶା ଛାଡି ପଶ୍ଚିମବଙ୍ଗ ଚାଲିଯାଇଥିଲେ। ସୂର୍ଯ୍ୟକାନ୍ତଙ୍କ ବାପା ଜଣେ ରୋଷେୟା ଥିବାବେଳେ ପରିବାରର ଆର୍ଥିକ ସ୍ଥିତି ସେତେଟା ଭଲ ନଥିଲା। ଯେଉଁଥିପାଇଁ ନିଜ ଭିଟାମାଟି ଛାଡି ପଡୋଶୀ ରାଜ୍ୟକୁ ରୋଜଗାର ଆଶାରେ ଚାଲି ଯାଇଥିଲେ ସୂର୍ଯ୍ୟକାନ୍ତ। ତେବେ ୨୦୧୫ରେ କ୍ରିକେଟ ଆସୋସିଏସନ ଅଫ୍‌ ବେଙ୍ଗଲର ସ୍କୋରର ପରୀକ୍ଷାରେ ସେ ପାସ୍‌ କରିଥିଲେ। ନିରତ୍ତର ପ୍ରୟାସ ଏବଂ ନିଷ୍ଠା ଯୋଗୁଁ ୨୦୧୮ରେ ସୂର୍ଯ୍ୟକାନ୍ତ ଶ୍ରେଷ୍ଠ ସ୍କୋରର ପୁରଷ୍କାର ଅର୍ଜନ କରିଥିଲେ। ଆଉ ୨୦୨୦ରେ ଆଇପିଏଲ ସ୍କୋରର ଭାବରେ ମନୋନିତ ହୋଇଛନ୍ତି ଓଡିଆ ପୁଅ ସୂର୍ଯ୍ୟକାନ୍ତ ପଣ୍ଡା।

suryakant୩୨ ବର୍ଷିୟ ସୂର୍ଯ୍ୟକାନ୍ତ ଆଇପିଏଲର ଇଲେକଟ୍ରୋନିକ ସ୍କୋରର ଭାବରେ ପଶ୍ଚିମ ବଙ୍ଗରୁ ମନୋନିତ ହୋଇଥିବା ଜଣେ ମାତ୍ର ବ୍ୟକ୍ତି। ଜଣେ କ୍ରିକେଟର ହେବାକୁ ସ୍ୱପ୍ନ ଦେଖୁଥିଲେ ସୂର୍ଯ୍ୟକାନ୍ତ , କିନ୍ତୁ ଓଡିଶାରୁ ପଶ୍ଚିମବଙ୍ଗର ଯାତ୍ରାରେ ତାଙ୍କ ସ୍ୱପ୍ନ ଅଧୁରା ରହିଯାଇଥିଲା। ସେ ୨୦୦୨ ରୁ ୨୦୦୩ ଭିତରେ ହୁଗୁଳୀ ଡିସଟ୍ରିକ୍ଟର ସ୍ପୋଟର୍ସ ଆସୋସିଏସନ ମଇଦାନରେ କିଛି ମ୍ୟାଚ ଖେଳିଛନ୍ତି, କିନ୍ତୁ ଖେଳକୁ ଜାରି ରଖିପାରିଲେନି। ସୂର୍ଯ୍ୟକାନ୍ତ କିନ୍ତୁ ସବୁବେଳେ କ୍ରିକେଟ ସହିତ ଯୋଡି ରହିବାକୁ ଚାହୁଁଥିଲେ। ବୋଧ ହୁଏ ଏହି କାରଣରୁ ସେ ନିଜ ପାଇଁ ସ୍କୋରର ହେବାର ରାସ୍ତା ବାଛି ନେଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.