ବି-ଟାଉନର ଏହି ସୁନ୍ଦରୀଙ୍କ ଉପରେ ଆସିଲା ବିଷ୍ଫୋଟକ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ହୃଦୟ

ସମସ୍ତେ ପ୍ରାୟ ଜାଣିଥିବେ ଯେ ହାର୍ଦ୍ଦିକ ପାଣ୍ଡ୍ୟା ବଲିଉଡର ଅନେକ ସୁନ୍ଦରୀଙ୍କର ହୃଦୟ ଚୋରେଇ ସାରିଛନ୍ତି। ଏବେ ପର୍ଯ୍ୟନ୍ତ ସେ ଅନେକ ବି-ଟାଉନର ହିରୋଇନଙ୍କୁ ଡେଟ୍‌ କରିସାରିଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ଇଶା ଗୁପ୍ତା, ଏଲୀ ଅବରାମ ଏବଂ ଉର୍ବଶୀ ରୌତେଲା। ଏବେ ଖବର ଆସିଛି ଯେ ହାର୍ଦ୍ଦିକଙ୍କୁ ନୂଆ ପ୍ରେମ ମିଳିଯାଇଛି। ଆପଣ ନିଶ୍ଚୟ ଭାବୁଥିବେ ଯେ ଏଥର ହାର୍ଦ୍ଦିକଙ୍କ ଗାର୍ଲଫ୍ରେଣ୍ଡ ବୋଧହୁଏ କୌଣସି ଷ୍ଟାର ନୁହଁନ୍ତି କି କୌଣସି ମଡେଲ ନୁହଁନ୍ତି। ଏଇଠି ଆମେ ଆପଣଙ୍କୁ ଜଣାଇବକୁ ଚାହିଁବୁ ଯେ ହାର୍ଦ୍ଦିକଙ୍କ ନୂଆ ପ୍ରେମ ପୁଣି ବଲିଉଡର ଜଣେ ସୁନ୍ଦରୀ।

ରିପୋର୍ଟ ଅନୁଯାୟୀ ହାର୍ଦ୍ଦିକ ପାଣ୍ଡ୍ୟା ଏବେ ନତାଶା ଷ୍ଟେନକୋବିକଙ୍କୁ ଡେଟ୍‌ କରୁଛନ୍ତି। ଏବେ ନତାଶା ନଚ୍‌ ବଲିଏରେ ନିଜର ଏକ୍ସ ବୟଫ୍ରେଣ୍ଡ ଏଲୀ ଗୋନିଙ୍କ ସହିତ ନଜର ଆସୁଛନ୍ତି। ଖବର ଅନୁଯାୟୀ ନତାଶା ଏବଂ ହାର୍ଦ୍ଦିକଙ୍କ ଲଭ୍‌ ଆଫାୟର ଆରମ୍ଭ ହୋଇସାରିଛି।

ରିପୋର୍ଟରେ ଏହା ଖୁଲାସା ହୋଇଛି ଯେ ଦୁହିଁଙ୍କ ମଧ୍ୟରେ ବହୁତ ଘନିଷ୍ଠତା ବହୁତ ବଢ଼ିସାରିଲାଣି। କେବଳ ଏତିକି ନୁହେଁ ଗତ କିଛି ଦିନ ହେବ ଏହି ଦୁଇ ଜଣଙ୍କୁ ଏକା ସାଥିରେ କାଫେରେ ମଧ୍ୟ ଦେଖାଯାଇଥିଲା।

natashaରିପୋର୍ଟ ଅନୁଯାୟୀ ହାର୍ଦ୍ଦିକଙ୍କ ସର୍ମ୍ପକୀୟଙ୍କ ଘରେ ଏକ ଛୋଟ ପାର୍ଟୀ ରଖାଯାଇଥିଲା। ଏହି ପାର୍ଟୀରେ ହାର୍ଦ୍ଦିକ ନତାଶାଙ୍କୁ ସାଙ୍ଗରେ ନେଇ ଆସିଥିଲେ। କୁହାଯାଉଛି ଯେ ହାର୍ଦ୍ଦିକ ସେଠାରେ ନତାଶାଙ୍କୁ ନିଜର ଗାର୍ଲଫ୍ରେଣ୍ଡର ପରିଚୟ ଦେଇଥିଲେ।

ଏହା ସହ ପଢନ୍ତୁ : ହାର୍ଦ୍ଦିକ ଏବଂ କୄନାଲଙ୍କ ମସ୍ତି ଭିଡିଓ ଭାଇରାଲ, ଦୁହେଁ ହୋଟେଲ ରୁମ୍‌ରେ ଗାଉଛନ୍ତି ଗୀତ

ହାର୍ଦ୍ଦିକଙ୍କ ଭାଇ କ୍ରୁଣାଳ ପାଣ୍ଡ୍ୟା ମଧ୍ୟ ନିଜ ସ୍ତ୍ରୀଙ୍କ ସହିତ ସେଠାରେ ଉପସ୍ଥିତ ଥିଲେ। ସେହିଭଳି ପୂର୍ବରୁ ନତାଶାଙ୍କ ନାମ ପ୍ରିୟାଙ୍କ ଶର୍ମାଙ୍କ ସହିତ ଯୋଡା ଯାଇଥିଲା। ଏବେ ହାର୍ଦ୍ଦିକ ନତାଶାଙ୍କ ସହିତ ନିଜ ପ୍ରେମର ଗାଡିକୁ ଆଗକୁ ନେଇ ଚାଲିଛନ୍ତି।

 

View this post on Instagram

 

✨✨✨

A post shared by 🎀Nataša Stanković🎀 (@natasastankovic__) on